ଦେଶ ବିଦେଶ ମନୋରଞ୍ଜନ

ସିଦ୍ଧାର୍ଥ ମୋ ଧନ, ଏମିତି କହି ଜୁଇ ପାଖରେ କଇଁ କଇଁ କାନ୍ଦିଲେ ଶେହେନାଜ୍

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ବିୟୋଗରେ ବଲିଉଡ୍ ଏକଦବ୍ ସ୍ତବ୍ଧ ହୋଇଯାଇଛି । ତାଙ୍କ ନିଜ ଲୋକ ମାନେ ଖୁବତ ଭାଙ୍ଗି ପଡ଼ିଛନ୍ତି । ତେବେ ପ୍ରଶଂସକ ମାନେ ସିଦ୍ଧାର୍ଥ ଓ ତାଙ୍କ ବାନ୍ଧବୀର ପରିଚୟ ଦେଇଥିବା ଶେହନାଜ୍ ଗିଲଙ୍କ ପାଇଁ ଖୁବ୍ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ପ୍ରଶଂସକ ମାନେ ସ୍ନେହରେ ଏହି ଯୋଡ଼ିକୁ ସିଡନାଜ୍ ବୋଲି ନାମ ଦେଇଥିଲେ । ଏବେ ଯେତେବେଳେ ଜଣେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶେହନାଜ୍ ଖୁବ୍ ଭାଙ୍ଗି ପଡ଼ିଛନ୍ତି । ଏମିତିକି ଯେତେବେଳେ ଶୁଟିଂ ସମୟରେ ଶେହନାଜ ସିଦ୍ଧାର୍ଥଙ୍କ ବିୟୋଗ ଖବର ଶୁଣିଥିଲେ ସେହି ସମୟରେ ସେ ଶୁଟିଂ ସେଟ୍ ଛାଡ଼ି ଦୌଡ଼ି ପଳାଇଥିଲେ ।

ତେବେ ତାଙ୍କ ଶେଷ କୃତ୍ୟରେ ସେ ସିଦ୍ଧାର୍ଥଙ୍କ ଘରେ ପହଞ୍ଚିଥିଲେ । ସିଦ୍ଧାର୍ଥଙ୍କ ଘରେ ପହଞ୍ଚିବା ସମୟରେ କାର୍ ଭିତରେ ଶେହନାଜ୍ ଖୁବ୍ ଜୋରରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ସେହି ସମୟର ଭିଡିଓ ଭାଇରାଲ୍ ହେଉଛି । ତେବେ ସେ ଏହି ସମୟରେ କହିଥିଲେ ଯେ, ସିଦ୍ଧାର୍ଥ ମୋ ଧନ ଥିଲେ । ଏହାପରେ ଜୁଇ ପାଖରେ କଇଁ କଇଁ ହୋଇ କାନ୍ଦିଥିଲେ । ଶବକୁ ଅନ୍ତିମ ସତ୍କାର ପାଇଁ କରିବାକୁନେବା ପୁର୍ବରୁ ଶେଷ ସମୟରେ ପରିବାର ଲୋକଙ୍କ ପାଖରେ କିଛି ସମୟ ରଖାଯାଇଥିଲା । ଏତିକି ବେଳେ ଶେହନାଜ ସିଦ୍ଧାର୍ଥଙ୍କ ଗୋଡ଼ ତଳେ ବସି ଖୁବ୍ ଜୋରରେ କାନ୍ଦିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ