ଅପରାଧ ଦେଶ ବିଦେଶ

ସିଡ୍‌ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ

ସିଡନୀ: ସିଡନୀରେ ଏକ ଛୁରାମାଡ଼ ଘଟଣାରେ ଜଣେ ବିଶପଙ୍କ ସହ ଅନେକ ଆହତ ହୋଇଛନ୍ତି। ବଣ୍ଡି ଅଞ୍ଚଳରେ ଥିବା ଏକ ମଲ୍‌ରେ ଛୁରି ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିବାର ତିନି ଦିନ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା। ସିଡନୀର ସେଣ୍ଟ୍ରାଲ ବିଜନେସ ଡିଷ୍ଟ୍ରିକ୍ଟଠାରୁ ପ୍ରାୟ ୩୦ କିଲୋମିଟର ପଶ୍ଚିମରେ ଥିବା ୱାକଲିର ଏକ ଚର୍ଚ୍ଚରେ ଏହି ଘଟଣା ଘଟିଛି। ଖ୍ରାଏଷ୍ଟ ଦ ଗୁଡ୍ ସେଫାର୍ଡ ଚର୍ଚ୍ଚରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ପୁଲିସର କହିବା ଅନୁସାରେ, ଅଧିକାରୀମାନେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ କାହାରି ଜୀବନ ପ୍ରତି ବିପଦ ନ ଥିବା କର୍ତ୍ତୃପକ୍ଷ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ବିଶପ ପ୍ରବଚନ ଦେଉଥିବା ସମୟରେ ଆକ୍ରମଣକାରୀ ତାଙ୍କ ପାଖକୁ ଆସୁଛି। ଆକ୍ରମଣକାରୀ କଳା ରଙ୍ଗର ହୁଡି ପିନ୍ଧି ବିଶପ ଓ ଅନ୍ୟମାନଙ୍କୁ ଛୁରିରେ ଆକ୍ରମଣ କରିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ