ଖେଳ ଦେଶ ବିଦେଶ

ସିଡନୀ ଗ୍ରାଉଣ୍ଡରେ ଖେଳିବାକୁ କାହିଁକି ଡରୁଛନ୍ତି ବିରାଟ ? ଏହା ହେଉଛି କାରଣ…

ସିଡନୀ,୨୮/୧୧: ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଭାରତ ୬୬ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସମସ୍ତଙ୍କ ଫୋକସରେ ଥିଲେ ଚଳିତ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି । କିନ୍ତୁ ସେ ସମସ୍ତଙ୍କୁ ନିରାଶ କରିଥିଲେ ।ମାତ୍ର ୨୧ ରନ୍ ଖେଳି ସେ ପ୍ୟାଭିଲିୟନ ଫେରିଥିଲେ । ଏହି ଇନିଂସରେ ସେ ଗୋଟିଏ ଜୀବନଦାନ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇପାରି ନଥିଲେ । ଲାଗୁଥିଲା ବିରାଟ ସିଜନୀ ଗ୍ରାଉଣ୍ଡକୁ ଡରୁଛନ୍ତି । ଏହି ମଇଦାନରେ ସେ ଲଗାତର ଭାବେ ଫ୍ଲପ୍ ହେଉଛନ୍ତି ।

ବିଶ୍ୱ କ୍ରିକେଟରେ ବିରାଟଙ୍କୁ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଏ । ସିଡନୀ ହେଉଛି ସଚିନଙ୍କ ପସନ୍ଦଯୋଗ୍ୟ ଷ୍ଟାଡିୟମ । ସେ ଅଷ୍ଟ୍ରେଲିଆରେ ସର୍ବାଧିକ ୪ଟି ଶତକ ଏହି ଷ୍ଟାଡିୟମରେ ଲଗାଇଛନ୍ତି । କିନ୍ତୁ ବିରାଟ ଏଠାରେ ରନ୍ ସଂଗ୍ରହ ପାଇଁ ସଙ୍ଘର୍ଷ କରିଥାନ୍ତି । ଟେଷ୍ଟରେ ସେ ଏହି ଷ୍ଟାଡିୟମରେ ଶତକ ଲଗାଇଥିଲେ ମଧ୍ୟ ଦିନିକିଆରେ ମୋଟ୍ ୬ଟି ଇନିଂସ ଖେଳି ସେ ୫୭ ରନ୍ କରିଛନ୍ତି । ତାଙ୍କର ଆଭରେଜ ରହିଛି ୧୧.୪ । ସିଡନୀରେ ତାଙ୍କର ସର୍ବାଧିକ ସ୍କୋର ୨୧ । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମଧ୍ୟ ଏହି ଷ୍ଟାଡିୟମରେ ଖେଳାଯିବ । ପ୍ରଶଂସକମାନେ ବିରାଟଙ୍କଠୁ ଏକ ବଡ ପାଳି ଆଶା କରୁଛନ୍ତି ।

ଅଷ୍ଟ୍ରେଲିଆରେ ବିରାଟଙ୍କ ଫେଭରେଟ୍ ଗ୍ରାଉଣ୍ଡ ହେଉଛି ଆଡିଲେଡ୍ । ତାଙ୍କର ଆଭରେଜ ୭୬ । ଏଠାରେ ସେ ଟେଷ୍ଟ୍ ଓ ଦିନିକିଆରେ ଖେଳିଥିବା ୧୧ଟି ଇନିଂସରେ ୭୬୫ ରନ୍ କରିଛନ୍ତି । ୫ଟି ଶତକ ମଧ୍ୟ ଲଗାଇଛନ୍ତି । ୨୦୧୨ରେ ବିରାଟ ପ୍ରଥମେ ଏହି ଷ୍ଟାଡିୟମରେ ୧୧୬ ରନ୍ କରିଥିଲେ । ଗତ ବର୍ଷ ମଧ୍ୟ ୧୦୪ ରନର ଇନିଂସ ଖେଳିଥିଲେ ରନ୍ ମେସିନ୍ ।

ଏତତ୍ ବ୍ୟତୀତ ମେଲବର୍ଣ୍ଣ ଷ୍ଟାଡିୟମରେ ସେ ୫୦ ରନରୁ ଅଧିକ ଆଭରେଜରେ ରନ୍ କରିଛନ୍ତି । ସେ ଦୁଇଟି ଶତକ ଲଗାଇଛନ୍ତି । ଏହାସହ ପର୍ଥରେ ମଧ୍ୟ ବିରାଟ ତିନୋଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ