ଅପରାଧ ରାଜ୍ୟ

ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସୁରକ୍ଷା କର୍ମୀ

କଟକ ୧୯/୧୦: କଟକ ଏସ୍ ସି ଵି ମେଡିକାଲରେ ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପିଟିଲେ ସିକ୍ୟୁରିଟି ଗାର୍ଡ । ମେଡିକାଲ ଫାଣ୍ଡି ଭିତରେ ପଶି ମାଡ ମାରିଲେ ସୁରକ୍ଷା କର୍ମୀ । ମଙ୍ଗଳାଵାଗ ଥାନାରେ ଏତଲା ଦେଇଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ସେପଟେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଗତକାଲି ଵିଳମ୍ବିତ ରାତ୍ରୀରେ ଯାଜପୁର ମେଡିକାଲରୁ ରୋଗୀ ଆଣି ଆସିଥିବା ଜଣେ ୧୦୮ ଆମ୍ବୁଲାନ୍ସ ଫର୍ମାସିଷ୍ଟଙ୍କୁ ଜଣେ ସିକ୍ୟୁରିଟି ଗାର୍ଡ ମାଡ ମାରିଥିବା ମଙ୍ଗଳାଵାଗ ଥାନାରେ ଅଭିଯୋଗ ହୋଇଛି ।

ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ମେଡିକାଲ ଫାଣ୍ଡିକୁ ନେଇ ଫାଣ୍ଡି ଭିତରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ମାଡ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଦାଦାଗିରିର ପ୍ରତିଵାଦ କରି ଆମ୍ବୁଲାନ୍ସ କର୍ମଚାରୀ ମାନେ ମଙ୍ଗଳାଵାଗ ଥାନା ଆଗରେ ପ୍ରତିଵାଦ କରିବା ସହ ଥାନାରେ ଏତଲା ଦେଇଥିଲେ।ଆଜି ଏସ୍ ସି ଵି କର୍ତ୍ତୃପକ୍ଷ ସମ୍ପୃକ୍ତ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।