ଖେଳ

ସିଏସ୍‌କେ ବ୍ୟାଟିଂ ପ୍ରଶିକ୍ଷକ ମାଇକ୍‌ ହସି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଆଇପିଏଲ୍‌ ସ୍ଥଗିତ ହୋଇଯାଇଥିଲେ ବି କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି। ଚେନ୍ନାଇ ସୁପରକିଙ୍ଗ୍ସ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜି ସୋମବାର କରୋନାରେ ସଂକ୍ରମିତ ହୋଇଥିଲା ବେଳେ ଏବେ ବ୍ୟାଟିଂ ପ୍ରଶିକ୍ଷକ ମାଇକ୍‌ ହସି ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ହସିଙ୍କ ନମୁନାକୁ ପୁଣି ଥରେ ପରୀକ୍ଷା କରିବାକୁ ଦିଆଯାଇଥିବା ଦଳ ପକ୍ଷରୁ କୁହାଯାଇଛି। ଦଳର ଅନ୍ୟ ଖେଳାଳିମାନେ ଏବେ ଘରକୁ ଫେରୁଥିବା ବେଳେ ବିଦେଶୀ ଖେଳାଳିମାନେ ବିସିସିଆଇର ଜବାବକୁ ଅପେକ୍ଷା କରିଛନ୍ତି। ସୋମବାର ବାଲାଜିଙ୍କ ସହ ଦଳର ବସ୍‌ ସଫେଇ କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ପରଦିନ ଅର୍ଥାତ୍‌ ମଙ୍ଗଳବାର ଆଇପିଏଲ୍‌ ପରିଚାଳନା ପରିଷଦ ଓ ବିସିସିଆଇ ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇ ଆଇପିଏଲ୍‌କୁ ଅଧାରୁ ସ୍ଥଗିତ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ