ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ସିଏମ୍‌ ଯୋଗୀଙ୍କୁ ଭେଟିଲେ କଙ୍ଗନା, କହିଲେ- ନିଜକୁ ଭାଗ୍ୟବାନ ମନେ କରୁଛି…

ନୂଆଦିଲ୍ଳୀ ୦୨।୦୫: ବଲିଉଡ୍‌ର କଣ୍ଟ୍ରୋଭର୍ସି କୁଇନ୍‌ ଭାବରେ ବେଶ୍‌ ପରିଚିତ କଙ୍ଗନା ରଣାୱତ୍‌। ତାଙ୍କ ଫିଲ୍ମ ବ୍ୟତୀତ ଅଭିନେତ୍ରୀ ତାଙ୍କର ଅପୂର୍ବ ଶୈଳୀ ପାଇଁ ଖୁବ୍‌ ଜଣାଶୁଣା। ସେ ତାଙ୍କର ଆଗାମୀ ଫିଲ୍ମ ‘ଧାକଡ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ଥାନ୍ତି । ହେଲେ ନିକଟରେ କଙ୍ଗନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଅଭିନେତ୍ରୀ ଓ ସିଏମ ଯୋଗୀଙ୍କ ସହ ଫଟୋ ଭାଇରାଲ୍‌ ହେବାରେ ଲାଗିଛି।

ମିଡିଆ ରିପୋର୍ଟ ଅନୁଯାୟୀ କହିବାକୁ ଗଲେ କଙ୍ଗନାଙ୍କ ନିଜେ ଟ୍ୱିଟରରେ ନାହାଁନ୍ତି, କିନ୍ତୁ ପ୍ରାୟତଃ ତାଙ୍କ ସହ ଜଡିତ ହ୍ୟାସଟ୍ୟାଗ ଗୁଡ଼ିକ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଏଥି ସହିତ, କଙ୍ଗନାଙ୍କ ଏହି ଫଟୋ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ସମୟରେ ଅଭିନେତ୍ରୀ କଙ୍ଗନାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ କଙ୍ଗନା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ନଜର ଆସିଛନ୍ତି। କଙ୍ଗନା ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ ମୁଁ ଭାଗ୍ୟବାନ ମନେ କରୁଛି, ନିର୍ବାଚନରେ ​​ଏକ ବଡ଼ ବିଜୟ ପରେ ଆଜି ମହାରାଜ ଯୋଗୀ ଆଦିତ୍ୟନାଥ ଜୀଙ୍କୁ ଭେଟିବାର ସୌଭାଗ୍ୟ ପାଇଛି। ଯାହା ଏକ ଚମତ୍କାର ସନ୍ଧ୍ୟା ଥିଲା … ମୁଁ ନିଜ ପାଇଁ ଗର୍ବିତ ଅନୁଭବ କରୁଛି ।

ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ୟୁଜର୍ସ ତଥା ଫ୍ୟାନ୍ସମାନେ ତାଙ୍କ ପୋଷ୍ଟରେ କଙ୍ଗନାଙ୍କୁ ପ୍ରଶଂସା କରିଛନ୍ତି। ଏହା ବ୍ୟତୀତ ଫିଲ୍ମ ଜଗତର ଅନେକ କଳାକାରଙ୍କ ସହ ରଜନୈତି ଜଗତର ଅନେକ ଦଗଜ ବ୍ୟକ୍ତିମାନେ ପଟୋକୁ ଲାଇକ୍‌ କରିଛନ୍ତି । କାମ ବିଷୟରେ କହିବାକୁ ଗଲେ ତାଙ୍କର ଏକ ଆକ୍ସନ -ଥ୍ରୀଲର ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ କଙ୍ଗନାଙ୍କୁ ନୂଆ ଅନ୍ଦାଜ୍‌ରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ଧାକଡ୍‌ର ଟ୍ରେଲର ରିଲିଜ୍‌ ହେବା ପରେ ଖୁବ୍‌ ଟ୍ରେଣ୍ଡ କରୁଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ