ରାଜ୍ୟ

ସିଂହାମୁଣ୍ଡାରେ ଝାଡ଼ାବାନ୍ତି ଦୁଇ ମୃତ, ୫୦ରୁ ଅଧିକ ଆକ୍ରାନ୍ତ

ଦେଓଗାଁ: ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତର କନ୍ଧପାଲି ପଡ଼ାରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଝାଡ଼ାବାନ୍ତି ବ୍ୟାପିଥିବା ଏବେ ଗାଁରେ ୫୦ରୁ ଉର୍ଦ୍ଧ୍ବ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି।
 

ଗତ ନୁଆଁଖାଇ ପର୍ଵର ଛାଡ଼ଖାଇ ପାଳନ କରିବା ପରେ ମଙ୍ଗଳବାର ରାତିରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା କନ୍ଧପାଲି ପଡାର ସୁରୁ ନାଗଙ୍କ ଘରେ। ଅଧିକ ଝାଡ଼ାବାନ୍ତି ହୋଇ ମଙ୍ଗଳବାର ରାତିରେ ଗାଁରେ ସୁରୁ ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି [ଅଭେଲ ବଗର୍ତ୍ତୀଙ୍କ ମୃତ୍ୟୁ ହୋଇଥିବା ବିଜେଡି ଛାତ୍ର ସଭାପତି ଦୀପକ ବେହେରା ସୂଚନା ଦେଇଛନ୍ତି।


ଏନେଇ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦେଓଗାଁ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ଏବେ ଡାକ୍ତରଖାନା କର୍ମଚାରୀ ଦଳ ସିଂହା ମୁଣ୍ଡା  ଗାଁରେ ରହି ଲୋକଙ୍କ ଚିକିତ୍ସା କରୁଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ତଦନ୍ତ ଚାଲିଛି ବୋଲି କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।