ଅପରାଧ ରାଜ୍ୟ

ସିଂହନାଥ ପୀଠରେ ଦଳାଚକଟା ଘଟଣା: ବିପଦମୁହଁରେ ଥିଲେ ଲକ୍ଷେ ଲୋକ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ବଡ଼ମ୍ବାର ପ୍ରସିଦ୍ଧ ସିଂହନାଥ ପୀଠ ମକରଯାତ୍ରାରେ ଦଳାଚକଟା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଏହି ଘଟଣାରୁ ଲାଗୁଛି , ଯେମିତି ୧ଲକ୍ଷ ଲୋକ ବିପଦ ମୁହଁରେ ରହିଥିଲେ। ଗତକାଲି ଏହି ପୀଠରେ ଲକ୍ଷେ ଲୋକଙ୍କର ସମାଗମ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି।

ଆଠଗଡ଼ ଏସ୍‌ଡିପିଓ ବିଜୟ କୁମାର ବିଶିଙ୍କ କହିବା ଅନୁସାରେ, ଗତକାଲି ଯାତ୍ରାରେ ହଠାତ୍‌ ୧ଲକ୍ଷ ପାଖାପାଖି ଭକ୍ତଙ୍କ ଭିଡ଼ ଜମିଥିଲା। ଏତେ ଶ୍ରଦ୍ଧାଳୁ ଆସିବେ ବୋଲି ଆକଳନ କରାଯାଇ ପାରି ନଥିଲା। ପୂର୍ବରୁ ଯେତିକି ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଥିଲା, ତଦନୁସାରେ ଯାତ୍ରା ପାଇଁ ଫୋର୍ସ ମୁତୟନ କରାଯାଇଥିଲା। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏତେବଡ଼ ଯାତ୍ରା ପାଇଁ ବରିଷ୍ଠ ଅଧିକାରୀ ଡ୍ୟୁଟି ଦିଆଯାଇ ନଥିଲା। ବଡ଼ମ୍ବା ଥାନା ଅଧିକାରୀ ପଦ ଖାଲି ପଡ଼ିଥିବା ‌ବେଳେ କାନପୁର ଥାନା ଇନ୍ସପେକ୍ଟର୍‌ଙ୍କୁ ଯାତ୍ରା ଦାୟିତ୍ବ ଦିଆଯାଇଥିଲା। ସେହିପରି, ମାତ୍ର ୪ଜଣ ସବ୍‌ଇନ୍ସପେକ୍ଟର ଓ ୬ଜଣ ଏଏସ୍‌ଆଇଙ୍କ ସମେତ ୩ପ୍ଲାଟୁନ ଫୋର୍ସ ଦିଆଯାଇଥିଲା। ଆଜି ୧୪୪ ଧାରା ଜାରି ଓ ଅଘଟଣ ପରେ ସେଠାରେ ୭ପ୍ଲାଟୁନ୍‌ ଫୋର୍ସ, ୪ଜଣ ଡିଏସ୍‌ପି, ୫ଇନ୍ସପେକ୍ଟର, ୮ ସବ୍‌-ଇନ୍ସପେକ୍ଟର, ୭ ଏଏସ୍‌ଆଇଙ୍କୁ ନିୟୋଜିତ କରାଯାଇଛି।

ଯଦି ପୁଲିସ ଗତକାଲିଠାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ଆଗୁଆ ଆକଳନ କରିଥା’ନ୍ତା ଓ ସେହିଅନୁସାରେ ଫୋର୍ସ ମୁତୟନ କରିଥା’ନ୍ତା, ହୁଏତ ଯାତ୍ରା ଶୃଙ୍ଖଳିତ ରୋକାଯାଇ ପାରିଥା’ନ୍ତା ବୋଲି ଆଲୋଚନା ହେଉଛି। ତେବେ, କଟକ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଆଠଗଡ଼ ଉପ-ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ବଡ଼ମ୍ବା-ନରସିଂହପୁର କଂଗ୍ରେସ ନେତା ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି। ବିଜେପି ମଧ୍ୟ ଏହି ଘଟଣାରେ ପ୍ରଶାସନର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇବା ସହ ଆନ୍ଦୋଳନ ଚେତାବନୀ ଦେଇଛି।

ଅନ୍ୟପକ୍ଷରେ, ୧୪୪ ଧାରା ଜାରି ହେବାପରେ ସବୁଆଡ଼େ ଯେମିତି ଖାଁ ଖାଁ ଲାଗୁଛି। ଗତକାଲି କୋଳହଳ ଓ ଚିତ୍କାରରେ ଫାଟି ପଡୁଥିବା ପୀଠ ଆଜି ଶୂନ୍‌ଶାନ୍‌ ହୋଇଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାରେ ଡ୍ୟୁଟି କରୁଥିବା ବେଳେ ବ୍ୟବସାୟ କରିବାକୁ ଆସିଥିବା ଦୋକାନୀମାନେ ଆଜି ପେଡ଼ି-ପୁଟୁଳା ବାନ୍ଧି ମନଦୁଃଖରେ ଘରକୁ ଫେରୁଥିବା ଦେଖାଯାଇଛି। ୧୪୪ଧାରା ବଳବତ୍ତର ଥିବାରୁ ଆଜି ଟି-ସେତୁ ଓ ସମ୍ପୂର୍ଣ୍ଣ ସିଂହନାଥ ପୀଠ ପୁଲିସ କବ୍‌ଜାରେ ରହିଛି। ପୀଠରେ କେବଳ ଠାକୁରଙ୍କ ନୀତିକାନ୍ତି କରାଯାଇଛି, ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି।

ସେପଟେ, ଏସ୍‌ସିବିରେ ଗୁରୁତର ଆହତ ୧୧ ବର୍ଷର ବାଳକ କେଶବ ଲେଙ୍କାଙ୍କ ସମେତ ୩ଜଣ ପିଲା ଆଇସିୟୁରେ ଥିବାବେଳେ ଜଣେ ମହିଳା ସାଧାରଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ସମସ୍ତଙ୍କ ଅବସ୍ଥା ସୁଧୁରିଥିବା ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।