ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାହି ଯାତକୁ ଶୃଙ୍ଖଳିତର ସହ କରିବାକୁ ପ୍ରୟାସ

ପୁରୀ ୧୦/୦୪; ଆଜି ଶ୍ରୀମନ୍ଦିର ଓ ପୁରୀରେ ଥିବା ବିଭିନ୍ନ ରାମ ମନ୍ଦିରରେ ପାଳିତ ହୋଇଯାଇଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଦିନ ତମାମ ଲାଗି ରହିଥିଲା ଭକ୍ତଙ୍କ ସମାଗମ। ସେହିପରି ରାମନବମୀ ଅବସରରେ ପୁରୀରେ ଆଜିଠାରୁ ଆରମ୍ଭ ହେଉଛି ପାରମ୍ପରିକ ସାହିଯାତ।ଏପଟେ ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ଥିବାରୁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି।
ଆଜି ପବିତ୍ର ରାମନବମୀ ପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ରାମମନ୍ଦିର ଥିଲା ଲୋକାରଣ୍ୟ। ହଜାର ହଜାର ଶ୍ରଦ୍ଧାଳୁ ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀରାମ ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମଣିଥିଲେ। ଏହି ଅବସରରେ ଶ୍ରୀମନ୍ଦିରରେ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଥିଲା ରାମଜନ୍ମ ନୀତି। ସକାଳ ଧୂପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ଦକ୍ଷିଣ ଘରେ ଥିବା ଶ୍ରୀରାମଙ୍କ ପ୍ରତିମାକୁ ଅଣାଯାଇ ଆଜ୍ଞାମାଳ ଲାଗି କରାଯାଇଥିଲା। ପରେ ଦୁଇଜଣ ସେବାୟତ ଦଶରଥ ଓ କୌଶଲ୍ୟା ହୋଇ ରାମଜନ୍ମ ନୀତି ସଂପାଦିତ କରିଥିଲେ। ତେବେ ରାମନବମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହେବାର ବିଶ୍ବାସ ଥିବାରୁ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ ହୋଇ ଉଠିଥିଲା।

ସେହିପରି ଆଜି ରାମନବମୀ ଅବସରରେ ପୁରୀରେ ଥିବା ରାମମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ସକାଳୁ ବହୁ ସଂଖ୍ୟାରେ ଭକ୍ତମାନେ ଯାଇ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ସହ ଆର୍ଶୀବାଦ କାମନା କରିଥିଲେ। ରାମନବମୀ ଅବସରରେ ପୁରୀରେ ସାହିଯାତ ଆରମ୍ଭ ହେବାର ପରମ୍ପରା ମଧ୍ୟ ରହିଛି। ରାମଲୀଳାର ପ୍ରତ୍ୟେକ ପର୍ଯ୍ୟାୟ ବିଭିନ୍ନ ସାହି ଦ୍ୱାରା ଏହି ଅବସରରେ ଅଭିନୀତ ହେବ। ରାମଲୀଳା ସହ ନାଗା, ମେଢ଼, ରାବଣ, ପର୍ଶୁରାମ ଓ ବିଭିନ୍ନ ପାରମ୍ପରିକ ରଣ କୌଶଳ ମଧ୍ୟ ପ୍ରତ୍ୟେକ ଦିନ ପ୍ରଦର୍ଶିତ ହେବ। ଏପଟେ ଆଜି ପବିତ୍ର ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ଥିବାରୁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ଟିମ କଟକ ଅଭିମୁଖେ ଯାତ୍ରା କରିଛନ୍ତି।

ତେବେ ଆଜିଠାରୁ ସାହି ଯାତ ଆରମ୍ଭ ହେଉଥିବାରୁ ଏହାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ସାହିର ମୁରବୀମାନଙ୍କୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ