ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ପୋଲିସ ମାଧ୍ୟମରେ ଧମକ ଦେଇଥିବା କହିଲେ ପୀଡିତା

ନୂଆଦିଲ୍ଲୀ ୯।୫: ଦିଲ୍ଲୀ ତିମାରପୁରରେ ଜଣେ ମହିଳା ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକ ନିଲୋତ୍ପଳ ମୃଣାଳଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ତିମାରପୁର ଥାନା ପୋଲିସ ପୀଡିତା ମହିଳାଙ୍କ ଅଭିଯୋଗ ଅନୁସାରେ ଦୁଷ୍କର୍ମ ନେଇ ଏଫଆଇଆର ରୁଜୁ କରିବା ସହ ମାମଲାର ତଦନ୍ତ ଆରମ୍ଭ କରିଛି ।

ଦିଲ୍ଲୀ ପୋଲିସ କହିଛି ଯେ, ତିମାରପୁର ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ରୁଜୁ ଏଫଆଇଆରରେ କୁହାଯାଇଛି ଯେ, ଲେଖକ ନୀଲୋତ୍ପଳ ମୃଣାଳ ବିବାହର ପ୍ରତିଶ୍ରୃତି ଦେଇ ତାଙ୍କ ସହ ୧୦ ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲେ । ଏଫଆଇଆରରେ ଏହା ମଧ୍ୟ କୁହାଯାଇଛି ଯେ, ଜଣେ ପୋଲିସ ଅଧିକାରୀ ମହିଳାଙ୍କ ବାପାଙ୍କୁ ଫୋନ୍ କରି କହିଥିଲେ ଯେ, ମହିଳା ଜଣଙ୍କ ନୀଲୋତ୍ପଳଙ୍କଠାରୁ ଟଙ୍କା ନେବା ପାଇଁ ତାଙ୍କୁ ବ୍ଲାକମେଲିଂ କରୁଛି ।

ସୂଚନାଯୋଗ୍ୟ ଯେ, ୩୨ ବର୍ଷ ବୟସ୍କା ମହିଳା ମୂଳତଃ ଉତ୍ତରପ୍ରଦେଶ ଗୋରଖପୁରରେ ରହୁଥିଲେ । ସେ ୧୦ ବର୍ଷ ହେବ ଦିଲ୍ଲୀରେ ଭଡା ଘରେ ରହୁଥିଲେ । ମୁଖାର୍ଜୀ ନଗରରେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ।

ପୀଡିତା ମହିଳାଙ୍କ ଅନୁସାରେ, ପ୍ରାୟ ୧୦ ବର୍ଷ ପୂର୍ବେ ଦିଲ୍ଲୀରେ ରହୁଥିବା ଝାଡଖଣ୍ଡ ଲେଖକ ନୀଲୋତ୍ପଳଙ୍କ ସହ ତାଙ୍କର ସୋସିଆଲ ମିଡିଆ ସାଇଟ୍‌ରେ ବନ୍ଧୁତ୍ବ ହୋଇଥିଲା । ପରେ ଦୁହେଁ ଦୁହିଁଙ୍କୁ ଭେଟିବାକୁ ଲାଗିଥିଲେ । ୨୦୧୩ ମସିହାରେ ନୀଲୋତ୍ପଳ ତାଙ୍କ ସହ ଜବରଦସ୍ତି ଦୁଷ୍କର୍ମ କରିଥିଲା । ନିଜକୁ ବଞ୍ଚାଇବା ପାଇଁ ନୀଲୋତ୍ପଳ ମହିଳାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ପରେ ସେ ବିବାହକୁ ନେଇ ବାହାନା କରିବାକୁ ଲାଗିଥିଲା ।

ନୀଲୋତ୍ପଳଙ୍କ ଏଭଳି ପରିବର୍ତ୍ତିତ ବ୍ୟବହାର ଦେଖି ତାଙ୍କ ଫୋନ୍ ଯାଞ୍ଚ କରିଥିଲେ ମହିଳା । ସେଥିରୁ ଜଣାପଡିଥିଲା ଯେ, ନୀଲୋତ୍ପଳଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଅଛି । ଏହାପରେ ସେ ତିମାରପୁର ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ