ମନୋରଞ୍ଜନ

ସାହାଯ୍ୟ ପାଇଁ ଆଗେଇ ଆସିଲେ ଅନୁପମ ଖେର, ମାଗଣାରେ ଯୋଗାଇବେ ଚିକିତ୍ସା ଉପକରଣ

ମୁମ୍ବାଇ ୧୨/୦୫: କରୋନା ଭାଇରସର ଦ୍ୱିତୀୟ ଲହର ସହିତ ଭାରତ କ୍ରମାଗତ ଭାବରେ ଲଢୁଛି । ଏହି ମହାମାରୀ ସହିତ ଚାଲିଥିବା ଯୁଦ୍ଧରେ ସମସ୍ତେ ଦେଶ ସହିତ ଛିଡା ହୋଇଛନ୍ତି । ବଲିଉଡ ଷ୍ଟାରମାନେ ମଧ୍ୟ ଲୋକମାନଙ୍କ ପାଖରେ ସାହାଯ୍ୟ ପହଞ୍ଚାଇବା ଚେଷ୍ଟା କରୁଛନ୍ତି। ଏହି ସମୟରେ, ଅଭିନେତା ଅନୁପମ ଖେର ମଧ୍ୟ କରୋନା ରୋଗୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ମହାମାରୀର ମୁକାବିଲା ପାଇଁ ଚିକିତ୍ସା ଉପକରଣ ଯୋଗାଇବା ପାଇଁ ଅନୁପମ ଖେର ‘ପ୍ରୋଜେକ୍ଟ ହିଲ ଇଣ୍ଡିଆ’ ଆରମ୍ଭ କରିଛନ୍ତି। ଏହା ମାଧ୍ୟମରେ ସେ ଭାରତର ପ୍ରତ୍ୟେକ କୋଣକୁ ମାଗଣାରେ ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ସେବା ଯୋଗାଇବାରେ ସାହାଯ୍ୟ କରିବେ ।

ଅନୁପମ ଖେର ଏକ ଟୁଇଟରେ ଏହି ସୂଚନା ଦେଇଛନ୍ତି। ସେ ନିଜ ଟ୍ୱିଟରେ କିଛି ଟ୍ରକର ଏକ ଭିଡିଓ ସେୟାର କରିଛନ୍ତି ଯାହା ଚିକିତ୍ସା ଉପକରଣରେ ପରିପୂର୍ଣ୍ଣ ଥିବା ଦେଖାଯାଉଛି । ଅନୁପମ ଖେର ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଆମେରିକାର ‘ଗ୍ଲୋବାଲ କ୍ୟାନସର ଫାଉଣ୍ଡେସନ’ ଏବଂ ‘ଭାରତ ଫୋର୍ଜ’ ସହଯୋଗରେ ଏହି କାର୍ଯ୍ୟ କରାଯାଉଛି। ଏହାଦ୍ୱାରା ଡାକ୍ତରଖାନା ଏବଂ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଭେଣ୍ଟିଲେଟର, ବ୍ୟାଗପ୍ୟାକ୍ ଅକ୍ସିଜେନ୍ ମେସିନ୍, ଟ୍ରନ୍ସପୋର୍ଟ ଭେଣ୍ଟିଲେଟର ଏବଂ ସମସ୍ତ ଜୀବନ ରକ୍ଷାକାରୀ ସାମଗ୍ରୀ ମାଗଣାରେ ଡେଲିଭରୀ ହେବା ଆରମ୍ଭ ହୋଇଯାଇଛି ।

ଅନୁପମ ଖେରଙ୍କ ବ୍ୟତୀତ ଆହୁରି ଅନେକ ଷ୍ଟାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହି ତାଲିକାରେ ସୋନୁ ସୁଦ, ଅକ୍ଷୟ କୁମାର, ଟ୍ୱିଙ୍କଲ ଖାନ୍ନା, ସଲମାନ ଖାନ, ଅମିତାଭ ବଚ୍ଚନ, ଅଜୟ ଦେବଗନ, ବିକାଶ ଖାନ୍ନାଙ୍କ ପରି ଅନେକ ଷ୍ଟାର ସାମିଲ ଅଛନ୍ତି

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ