ମନୋରଞ୍ଜନ

ସାହାଯ୍ୟର ହାତ ବଢାଇଲେ ରିୟା ଚକ୍ରବର୍ତ୍ତୀ, କହିଲେ ଡାଇରେକ୍ଟ ମେସେଜ୍ କରନ୍ତୁ

ନୂଆଦିଲ୍ଲୀ ୨୪/୦୪: କରୋନା ସମୟରେ ସୋସିଆଲ ମିଡିଆ ଲୋକଙ୍କୁ ସାହାଯ୍ୟ କରିବାର ଏକ ଉତ୍ତମ ମାଧ୍ୟମ ପାଲଟିଛି । ସିଲିଣ୍ଡର, ଶଯ୍ୟା ଏବଂ ଔଷଧର ଅଭାବ ମଧ୍ୟରେ ଅନେକ ସେଲିବ୍ରିଟି ସାହାଯ୍ୟ ମାଗୁଥିବାବେଳେ ଅନେକ ସାହାଯ୍ୟ ପାଇଁ ଆଗକୁ ଆସୁଛନ୍ତି । ଏହି ସେଲିବ୍ରିଟି ମାନଙ୍କ ମଧ୍ୟରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଛି । ରିୟା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ମେସେଜ୍ ଲେଖିଛନ୍ତି ଯେ ଏହି କଠିନ ସମୟରେ ସମସ୍ତେ ଏକ ହେବା ଉଚିତ୍ । ଏହା ମଧ୍ୟ ଲେଖିଛନ୍ତି ଯେ ଯଦି ମୋର କୌଣସି ସାହାଯ୍ୟ ଦରକାର, ତେବେ DM କରନ୍ତୁ ।

ରିୟା ଲେଖିଛନ୍ତି, ‘କଠିନ ସମୟରେ ଏକଜୁଟ ହେବାର ଆବଶ୍ୟକତା ଅଛି, ଯେଉଁମାନଙ୍କୁ ସାହାଯ୍ୟ କରିପାରିବେ କରନ୍ତୁ… ଛୋଟ ହେଉ କିମ୍ବା ବଡ, ସାହାଯ୍ୟ ହେଉଛି ସାହାଯ୍ୟ… ମୁଁ ଯଦି କୌଣସି କାମରେ ଆସି ପାରିବି ତେବେ ମୋତେ DM (ଡାଇରେକ୍ଟ ମେସେଜ୍) କରନ୍ତୁ । ଦୟାଳୁ ହୁଅନ୍ତୁ ।‘

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀ ସକ୍ରିୟ ନୁହଁନ୍ତି । ସୁଶାନ୍ତଙ୍କ ବାପା ରିୟାଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ତାଙ୍କ ବିରୋଧରେ ସିବିଆଇ, ଇଡି ଏବଂ ଏନସିବିର ତଦନ୍ତ ଚାଲିଛି । ଗତ ବର୍ଷ ସେପ୍ଟେମ୍ବରରେ ରିୟାଙ୍କୁ ଏନଡିପିଏସ୍ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିଲା । ସେ ପ୍ରାୟ ୧ ମାସ ଜେଲରେ ରହିଥିଲେ ଏବଂ ପରେ ଜାମିନରେ ରିଲିଜ୍ ହୋଇଥିଲେ । ରିୟାଙ୍କୁ ରୁମି ଜାଫ୍ରିଙ୍କ ଆଗାମୀ ଫିଲ୍ମ ‘ଚେହେରେ’ରେ ଦେଖିବାକୁ ମିଳିବ । ଏଥିରେ ତାଙ୍କ ସହିତ ଇମ୍ରାନ୍ ହାଶ୍ମୀ ଏବଂ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ