ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ କୋଚିଂ ନେଉଥିବା ଜଣେ ଛାତ୍ରଙ୍କୁ ୨୦ହଜାର ଟଙ୍କା ପାଇଁ ୧୧ଜଣ ଯୁବକ ନିସ୍ତୁକମାଡ଼ ମାରିବା ସହିତ ତାଙ୍କ ଗୁପ୍ତାଙ୍ଗରେ ଇଟା ବାନ୍ଧି ୬ଦିନ ଧରି ନିର୍ଯାତନା ଦେଇଥିଲେ। ଏହି ଲୋମଟାଙ୍କୁରା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଉତ୍ତେଜନା ଦେଖା ଦେଇଛି।
ପୀଡ଼ିତଙ୍କ ସହିତ ଏଭଳି କାଣ୍ଡ ଘଟାଉଥିବା ବେଳେ ଅଭିଯୁକ୍ତମାନେ ୩୧ଟି ଭିଡିଓ କରିଥିଲେ। ଯେଉଁଥିରୁ ସେମାନେ ୪ଟି ଭିଡିଓ ଭାଇରାଲ କରି ଦେଇଥିଲେ। ଏହାପରେ ପୀଡ଼ିତଙ୍କ ପରିବାରଲୋକଙ୍କୁ ଉକ୍ତ ଭିଡ଼ିଓ ପଠାଇ ଅଢ଼େଇ ଲକ୍ଷ ଟଙ୍କା ଦାବି କରିଥିଲେ। ଅଭିଯୁକ୍ତ ପଠାଇଥିବା ଭିଡିଓ ସହିତ ଟଙ୍କା ଦାବିକୁ ନେଇ ପୀଡ଼ିତଙ୍କ ପରିବାରଲୋକ ଭୟଭୀତ ହୋଇଯାଇଥିଲେ।
ଏହି ଘଟଣା ବିଷୟରେ ଯେତେବେଳେ ପୀଡ଼ିତଙ୍କ ଭାଉଜ ଜାଣିଥିଲେ ସେ ପରିବାରଲୋକଙ୍କୁ ଧୌର୍ଯ୍ୟ ଧରିବାକୁ କହି ସଙ୍ଗେସଙ୍ଗେ ଦିଅରଙ୍କୁ ଫୋନ ଲଗାଇ ସବୁକଥା ପଚାରିଥିଲେ। ଦିଅରବି ଭାଉଜଙ୍କୁ କିଛି ନଲୁଚାଇ କହିଥିଲେ,‘ଭାଉଜ ମୁଁ ଯାହା ତୁମକୁ କହିବି ଦୟାକରି କାହାକୁ କହିବ ନାହିଁ। ଏପ୍ରିଲ ୨୦ ତାରିଖରେ ମୋତେ ଅନଲାଇନ ଗେମ ଖେଳିବା ପାଇଁ ଉତ୍ସାହିତ କରିଥିଲେ। ଏମିତି କି ମୋତେ ଗେମ ଖେଳିବା ପାଇଁ ୨୦ହଜାର ଟଙ୍କା ଦେଇଥିଲେ। ଗେମରେ ଜିତିବା ପରେ ସେମାନେ ଜାଣିଶୁରି ପୁଣି ୨୦ହଜାର ଟଙ୍କାଙ୍କୁ ସେହି ଖେଳରେ ଲଗାଇ ଦେଇଥିଲେ। କିନ୍ତୁ ମୁଁ ଖେଳରେ ହାରି ଯାଇଥିଲି।