ଅପରାଧ ରାଜ୍ୟ

ସାଲୁଙ୍କି ନଦୀରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ବନ୍ୟାରେ ଭାସି ମୃତ୍ୟୁ ସନ୍ଦେହ

ବୌଦ୍ଧ ୧୮।୮: ସାଲୁଙ୍କି ନଦୀରୁ ଏକ ଗଳିତ ଶବ ଉଦ୍ଧାର । ବୌଦ୍ଧ ବଘିଆପଡା ଫାଣ୍ଡି ଅନ୍ତର୍ଗତ କୁରୁକୁଚ୍ ଗ୍ରାମ ସାଲୁଙ୍କି ନଦୀକୂଳରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଛି l ଘଟଣାସ୍ଥଳରେ ବଘିଆପଡା ଫାଣ୍ଡି ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡୁନଥିବା ବେଳେ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି l
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟା ଆସିଛି । ଗୁରୁବାର କୁରୁକୁଚ ଗ୍ରାମବାସୀ ସାଲୁଙ୍କି ନଦୀରେ ବନ୍ୟା ଜଳ ଦେଖିବା ପାଇଁ ଯାଇଥିବା ବେଳେ ବୁଦାରେ ଗଳିତ ମୃତଦେହ ଠାବ କରିଥିଲେ । ପରେ ସଙ୍ଗେ ସଙ୍ଗେ ଗ୍ରାମବାସୀ ନିକଟସ୍ଥ ବଘିଆପଡ଼ା ଫାଣ୍ଡିକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ମଧ୍ୟ ଉଦ୍ଧାର କରିଛି ।
ସେପଟେ ଟିକରପଡା ପଞ୍ଚାୟତର ଗୁଢ଼ିଆଲି ଗ୍ରାମର ଗୁଳେଖ ମାଝୀ ଗତ ୧୦ ଦିନ ହେଲା ନିଖୋଜ ଥିବା ନେଇ ବଘିଆପଡା ଫାଣ୍ଡିରେ ଅଭିଯୋଗ ହୋଇଛି l ତେବେ ପୋଲିସ ତଦନ୍ତ କରିବା ସହ ଶବ ଚିହ୍ନଟ ହେଲା ପରେ ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଜଣାପଡିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।