ଭୁବନେଶ୍ବର, ୧୪।୦୫: ମଦ କାରବାରକୁ ନେଇ ସାଲିଆ ସାହିରେ ଅବକାରୀ ବିଭାଗର ଚଢାଉ କରିଛି । ଚଢ଼ାଉ ସମୟରେ ବିପୁଳ ପରିମାଣର ରନ୍ଧା ମଦ ଓ ପୋଚ ନଷ୍ଟ କରିଛି ଅବକାରୀ ଟିମ୍ । କଟକ ସ୍କ୍ବାଡ୍ ଓ ଭୁବନେଶ୍ବର ଅବକାରୀ ବିଭାଗ ମିଳିତ ଭାବେ ଏହି ଚଢାଉ କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ମଧ୍ୟ ଅବକାରୀ ବିଭାଗ ଚଢ଼ାଉ କରି ହଜାର ହଜାର ଲିଟର ଦେଶୀ ମଦ ଓ ପୋଚ ନଷ୍ଟ କରିଥିଲା ।