ରାଜ୍ୟ

ସାର କାରଖାନାରୁ ‘ଆମୋନିଆ ଗ୍ୟାସ୍‌’ ଲିକ୍‌; ଅସୁସ୍ଥ ହୋଇ ୧୨ଜଣ ଡାକ୍ତରଖାନାରେ ଭର୍ତ୍ତି

ଏନ୍ନୋର୍‌: ଗତରାତିରେ ତାମିଲ୍‌ନାଡୁର ଏନ୍ନୋର୍‌ସ୍ଥିତ ଏକ ଘରୋଇ ସାର କମ୍ପାନୀର କାରଖାନାରୁ ‘ଆମୋନିଆ’ ଗ୍ୟାସ୍‌ ଲିକ୍‌ ହେବାରୁ ଅସୁସ୍ଥ ହୋଇପଡ଼ିଥିବା ପ୍ରାୟ ୧୨ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି।

ଘଟଣାଟି ସାର ଉତ୍ପାଦନକାରୀ କମ୍ପାନି ‘କରମଣ୍ଡଳ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଲିମିଟେଡ୍‌’ରେ ଘଟିଛି। ‘ଆମୋନିଆ’ ଗ୍ୟାସ୍‌କୁ ଉକ୍ତ କମ୍ପାନି କଞ୍ଚାମାଲ୍‌ ଭାବେ ବ୍ୟବହାର କରେ।

ପାଇପ୍‌ରୁ ‘ଆମୋନିଆ’ ଗ୍ୟାସ୍‌ ଲିକ୍‌ ହେଉଥିବା ଖବର ରାତି ୧୨.୪୫ରେ କମ୍ପାନିରୁ ପାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପାଇପ୍‌ଲାଇନ୍‌ ‘ପ୍ରି-କୁଲିଙ୍ଗ୍‌’ କରାଯାଉଥିବା ବେଳେ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଛି।

Image Courtesy of ETV Bharat

ଗ୍ୟାସ୍‌ ଲିକ୍‌ ଘଟଣା ପେରିୟାକୁପ୍ପମ୍‌ ଓ ଚିନ୍ନାକୁପ୍ପମ୍‌ ଗ୍ରାମ ସମେତ ସେ ଅଞ୍ଚଳର ବାସିନ୍ଦାଙ୍କୁ ଭୟଭୀତ କରି ପକାଇଥିଲା। ଉତ୍କଟ ଗନ୍ଧ ସେମାନଙ୍କ ନାକ ରୁନ୍ଧି ପକାଇବା ସହିତ ଶ୍ବାସକ୍ରିୟାରେ ବାଧା ସୃଷ୍ଟି କରିଥିଲା। କେତେକଙ୍କୁ ଭୀଷଣ ଅଶ୍ବସ୍ତି ମଧ୍ୟ ଲାଗିଥିଲା।

ଅବିଳମ୍ବେ ପୁଲିସ ଓ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍‌ସ୍‌ ଓ ଅନ୍ୟା ଗାଡ଼ି ବ୍ୟବସ୍ଥା କରି ସ୍ଥାନୀୟ ବାସିନ୍ଦାମାନଙ୍କୁ କମ୍ୟୁନିଟି ହଲ୍‌ ଓ ଅନ୍ୟାନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ପୁଲିସ ଅଧିକାରୀମାନେ କହିଛନ୍ତି, ଗ୍ୟାସ୍‌ ଲିକ୍‌ ଘଟଣା ଯୋଗୁଁ ୧୨ଜଣ ଗ୍ରାମବାସୀଙ୍କୁ ‘ଷ୍ଟେନ୍‌ଲି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

ଏହାଛଡ଼ା, କମ୍ପାନି ଲୋକେ ରାତାରାତି ଗ୍ୟାସ୍‌ ଲିକ୍‌ ବନ୍ଦ କରି ପରିସ୍ଥିତିକୁ ଆୟତ୍ତ କରିଥିବା କଥା ପୁଲିସ କହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।