ରାଜ୍ୟ ସ୍ପେଶାଲ ରିପୋର୍ଟ

ସାମୟିକ ସମୟ ପାଇଁ ବଢ଼ିବ ଶୀତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟରେ ଏବେ ଦିନ ତାପମାତ୍ରା ଅଧିକ ରହିଥିବା ବେଳେ ରାତିରେ ବିଶେଷ ଶୀତ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ। ଏହା ପରବର୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ଶୀତ ଅପେକ୍ଷାକୃତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି (ସୋମବାର) ରାତିରୁ ଓଡ଼ିଶାରେ ପାଗ ମେଘୁଆ ରହିବା ଯୋଗୁଁ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଉପକୂଳ ଓଡ଼ିଶାରେ ମଙ୍ଗଳବାର ଦିନ ଆଂଶିକ ମେଘୁଆ ପାଗ ହେତୁ ରାତିର ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ତେବେ ରାଜ୍ୟରେ ପାରଦ ସ୍ତର ପୁଣି କମିବା ସହ ଥଣ୍ଡା ବଢ଼ିବ। ଓଡ଼ିଶା ଓ ସଂଲଗ୍ନ ରାଜ୍ୟ ଉପରେ ଚାଲୁ ରହିଥିବା ଗୁରୁଚାପ ବଳୟ ମଙ୍ଗଳବାର ସୁଦ୍ଧା ଅପସରିଯିବ। ତେଣୁ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ବହିବା ଆରମ୍ଭ ହେବ। ଫଳରେ ସର୍ବନିମ୍ନ ତାପମାତ୍ରା କମିବ। ଆକଳନ କରାଯାଉଛି ଯେ, ସୋମବାର ରାତିରେ ଆଭ୍ୟନ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ବଢ଼ିବ। ତା’ ପର ୨ ଦିନ (ମଙ୍ଗଳବାର ଓ ବୁଧବାର ରାତି)ରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ରୁ ୬ ଡିଗ୍ରି କମିବାର ସମ୍ଭାବନା ରହିଛି। ‌ତେବେ ଗୁରୁବାରଠାରୁ ତାପମାତ୍ରା ଧୀରେଧୀରେ ବଢ଼ିଲେ ମଧ୍ୟ ରବିବାର ପର୍ଯ୍ୟନ୍ତ ଥଣ୍ଡା କିଛି ରହିବ ବୋଲି ସୂଚନା ମିଳିଛି।

ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ମଙ୍ଗଳବାର ରାତିରେ ଆଂଶିକ ମେଘୁଆ ପାଗ ହେତୁ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ବଢ଼ି ତା’ ପର ଦୁଇ ଦିନ ଭିତରେ ୩ରୁ ୪ ଡିଗ୍ରି କମିପାରେ। ୪ ତାରିଖଠାରୁ ପୁଣି କ୍ରମଶଃ ଥଣ୍ଡା କମିବ। ଦିନର ସର୍ବାଧିକ ତାପମାତ୍ରା ଆଭ୍ୟନ୍ତର ଓଡ଼ିଶାରେ ୪ ତାରିଖରୁ ଓ ଉପକୂଳ ଓଡ଼ିଶାରେ ୫ ତାରିଖରୁ କ୍ରମଶଃ ବଢ଼ିବାର ସମ୍ଭାବନା ରହିଛି। ୪ ଓ ୫ ତାରିଖରେ ରାଜ୍ୟରେ କୁହୁଡ଼ି ପଡ଼ିପାରେ। ଖରାଦିନିଆ ମୁଗ, ଚିନାବାଦାମ, ସୂର୍ଯ୍ୟମୁଖୀ ଲଗାନ୍ତୁ। ଡାଳୁଅ ଧାନ ୧୫ରୁ ୨୦ ଦିନ ହୋଇଯାଇଥିଲେ ରୋଇବା ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।