ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସାମ୍ବାଦିକ ଭିସା ବିବାଦ: ଭାରତକୁ ଦୋଷ ଦେଲା ଚୀନ୍

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏଥରର ବିବାଦ ସାମ୍ବାଦିକ ଭିସାକୁ ନେଇ। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଚୀନ୍‌ ସାମ୍ବାଦିକମାନଙ୍କର ଭିସା ନବୀକରଣ ନ କରି ସେମାନଙ୍କୁ ଦେଶରୁ ବାହାର କରିଦେଇଛି। ଏହାର ଜବାବରେ ଚୀନ୍ ଭାରତୀୟ ସାମ୍ବାଦିକମାନଙ୍କ ପ୍ରତି ସମାନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।

୨୦୨୦ ଗଲୱାନ ସୀମାସଂଘର୍ଷ ପରଠାରୁ ଭାରତ-ଚୀନ୍ ସମ୍ପର୍କ ନିମ୍ନଗାମୀ ହେବାରେ ଲାଗିଛି। ବୁଧବାର ସୀମା ଉତ୍ତେଜନା ହ୍ରାସ କରିବା ପାଇଁ ଦୁଇ ପକ୍ଷ ମଧ୍ୟରେ ସେନା କମାଣ୍ଡରସ୍ତରୀୟ କଥାବାର୍ତ୍ତା ହୋଇଥିଲେ ମଧ୍ୟ ସମ୍ପର୍କ ଆହୁରି ଖରାପ ହୋଇଛି। ଚୀନ୍ ସାମ୍ବାଦିକମାନଙ୍କ ପ୍ରତି ଭାରତ ଅନୁଚିତ ବ୍ୟବହାର କରିଛି ଏବଂ ସେମାନଙ୍କ ଭିସା ନବୀକରଣ ନ କରି ଦେଶରୁ ବାହାର କରିଦେଇଛି ବୋଲି ଚୀନ୍ ଅଭିଯୋଗ କରିଛି।

ମଙ୍ଗଳବାର ଏକ ଆମେରିକୀୟ ଖବରକାଗଜରେ ପ୍ରକାଶ ପାଇଥିଲା ଯେ, ଭାରତ ଓ ଚୀନ୍ ପରସ୍ପରର ସାମ୍ବାଦିକମାନଙ୍କୁ ନିଜ ଦେଶରୁ ବାହାର କରି ବସ୍ତୁତଃ ପରସ୍ପରର ‘ମିଡ଼ିଆ ଆକ୍ସେସ୍‌’କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଶେଷ ଦୁଇଜଣ ଚୀନ୍ ସରକାରୀ ମିଡ଼ିଆ ସାମ୍ବାଦିକଙ୍କ ଭିସାକୁ ଚଳିତ ମାସରେ ଭାରତ ନବୀକରଣ କରିବାକୁ ମନା କରିଦେଇଛି। ଭିସା ଅବଧି ପୂରିବା ପରେ ଜିନହୁଆ ନ୍ୟୁଜ୍ ଏଜେନ୍ସି ଓ ଚାଇନା ସେଣ୍ଟ୍ରାଲ ଟେଲିଭିନର ଦୁଇ ସାମ୍ବାଦିକ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ୧୯୮୦ ଦଶକ ପରେ ପ୍ରଥମ ଥର ପାଇଁ ଭାରତରେ କୌଣସି ଚୀନ୍ ସାମ୍ବାଦିକ ନାହାନ୍ତି।

୧୯୧୭ ମସିହାରୁ ଭାରତ ଚୀନ୍ ସାମ୍ବାଦିକମାନଙ୍କ ପ୍ରତି ଅନୁଚିତ ବ୍ୟବହାର ପ୍ରଦର୍ଶନ କରିଆସୁଛି ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି। ବୁଧବାର ସେ ଏକ ବିବୃତିରେ କହିଛନ୍ତି ଯେ, ବିନା କାରଣରେ ଭାରତ ଚୀନ୍ ସାମ୍ବାଦିକଙ୍କ ଭିସା ଅବଧି ହ୍ରାସ କରି ୧ରୁ ୩ ମାସ ଭିତରେ ରଖିଥିଲା। ୨୦୨୦ରେ ସ୍ଥାୟୀ ଭାବେ ଭାରତରେ ରହି ରିପୋର୍ଟିଂ କରିବା ପାଇଁ ଚୀନ୍ ସାମ୍ବାଦିକମାନଙ୍କ ଆବେଦନକୁ ଭାରତ ମଞ୍ଜୁର କରି ନ ଥିଲା। ଦୀଘ ବର୍ଷ ଧରି ଚୀନ୍ ସାମ୍ବାଦିକମାନେ ଭାରତରେ ଅନୁଚିତ ଓ ପକ୍ଷପାତମୂଳକ ବ୍ୟବହାରର ଶିକାର ହୋଇ ଆସୁଥିଲେ। ଏଣୁ ଚୀନ୍‌ ପାଖରେ ଯେସାକୁ ତେସା ନୀତିରେ ସମାନ ପ‌ଦକ୍ଷେପ ନେବା ବ୍ୟତୀତ ଅନ୍ୟ ଉପାୟ ନାହିଁ।

ତେବେ ଉଲ୍ଲେଖନୀୟ ଯେ, ଚୀନ୍ ମଧ୍ୟ ଆଗରୁ ତାଙ୍କ ମାଟିରୁ ଭାରତୀୟ ସାମ୍ବାଦିକଙ୍କୁ ବହିଷ୍କାର କରିଛି। ଗତମାସରେ ଦି ହିନ୍ଦୁ ଓ ପ୍ରସାରଭାରତୀର ସାମ୍ବାଦିକ ଚୀନ୍‌ରୁ ବାହାରକୁ ଯାଇଥିବା ବେଳେ ଚୀନ୍ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଉପରେ କଟକଣା ଲଗାଇଥିଲା। ହିନ୍ଦୁସ୍ତାନ ଟାଇମ୍ସର ସାମ୍ବାଦିକ ମଧ୍ୟ କିଛିଦିନ ତଳେ ଅଭିଯୋଗ କରିଥିଲେ ଯେ, ତାଙ୍କର ପ୍ରେସ୍ ପରିଚୟପତ୍ରକୁ ଚୀନ୍ ଅବୈଧ କରିଦେଇଥିଲା। ଦି ହିନ୍ଦୁର ଅନନ୍ତ କୃଷ୍ଣନ ବୁଧବାର ଟ୍ବିଟ୍ କରିଥିଲେ ଯେ, ଚୀନ୍ ଭାରତର ଆକ୍ରିଡିଟେଡ୍ ସାମ୍ବାଦିକ ସଂଖ୍ୟା ୧କୁ ହ୍ରାସ କରିଛି। ଏହା ଖୁବ୍‌ଶୀଘ୍ର ଶୂନ୍ୟକୁ ଖସିଆସିପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ