ଅପରାଧ ରାଜ୍ୟ

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲର୍‌ଙ୍କ ଷଡ଼୍‌ଯନ୍ତ୍ର ଘଟଣା: ୱେବ୍ ସାମ୍ବାଦିକ ଫେରାର୍, ଖୋଜୁଛି ପୁଲିସ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ବିକାଶ ଲତା ବାରୁ ଓ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରାଙ୍କ ଅଡିଓ ଭାଇରାଲ୍ ଚର୍ଚ୍ଚା ଜୋର ଧରିଛି। ରବିବାର ଏହି ଘଟଣା ସମ୍ନାକୁ ଆସିବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଜେଲର୍‌ଙ୍କ ସହ ୱେବ୍ ସାମ୍ବାଦିକଙ୍କ ସଂପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରିବାକୁ ସୋମବାର ସମ୍ବଲପୁର ଜେଲ୍‌ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଜଣେ ଅଧିକାରୀ କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ଥାନାରେ ମାମଲା ରୁଜୁ ପରେ ୱେବ୍ ସାମ୍ବାଦିକ ପ୍ରମୋଦ ବେହେରା ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

ଏହି ଉପକାରାଗାର ଭିତରକୁ ବାହାରୁ ଖାଦ୍ୟପଦାର୍ଥ ପଶୁଥିବା ନେଇ ଏକ ଖବରକାଗଜରେ ପ୍ରକାଶ ପାଇଥିଲା। ଏହି ଘଟଣା ପରେ ମହିଳା ଜେଲର୍ ରାଗିଯାଇ ସଂପୃକ୍ତ ଛାପା ଗଣମାଧ୍ୟମ ସାମ୍ବାଦିକଙ୍କୁ ହତ୍ୟା ଷଡ଼୍‌ଯନ୍ତ୍ର କରିବା ଭଳି କଥାବାର୍ତ୍ତା ଉକ୍ତ ୱେବ୍‌ ସାମ୍ବାଦିକଙ୍କ ସହ କରୁଥିବା ଅଡିଓ ଭାଇରାଲ ହୋଇଥିଲା। ୱେବ୍‌ ସାମ୍ବାଦିକ ଓ ଜେଲର୍‌ଙ୍କ ମଧ୍ୟରେ ଅତି ଘନିଷ୍ଠ ସଂପର୍କ ରହିଥିବା ଭାଇରାଲ ଅଡିଓରୁ ଜଣାପଡ଼ୁଛି। ଏହାକୁ ନେଇ ଖବର ପ୍ରକାଶ ପାଇବା ପରେ ସମ୍ବାଦିକ ଲିମାଇ ଚରଣ ମହତ (ରୋହନ) କଂଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହିଳା ଜେଲର୍ ବିକାଶଲତା ବାରୁ ଓ ୱେବ୍ ସମ୍ବାଦିକ ପ୍ରମୋଦ ବେହେରା ତାଙ୍କୁ ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର କରୁଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏନେଇ କଣ୍ଟାବାଞ୍ଜି ଥାନା ପୁଲିସ ଆଇପିସି ଧାରା ୫୦୬, ୫୦୭ ଓ ୪୩ରେ ଏକ ମାମଲା ରୁଜୁ କରିଛି। କିନ୍ତୁ କାହିଁକି ହତ୍ୟା ପାଇଁ ଧମକ ଚମକ ସଂପର୍କିତ ଦଫା ଲାଗିନି,ତାହାକୁ ନେଇ ପ୍ରଶ୍ନ ଉଠିଲାଣି।
ଏନେଇ ବଲାଙ୍ଗୀର ଏସ୍‌ପିଙ୍କ ପ୍ରତିକ୍ରିୟା ନେବାରେ ସେ ଏସ୍‌ଡିପିଓଙ୍କ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି। ଏତଲା ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଥାନା ଅଧିକାରୀ ରଶ୍ମିତା ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମାମଲା ରୁଜୁ ହୋଇଛି। ଉପରୁ ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ୱେବ୍ ସମ୍ବାଦିକଙ୍କୁ ଖୋଜାଚାଲିଛି ବୋଲି ସେ କହିଛନ୍ତି।
ଦୁଇ ସାମ୍ବାଦିକଙ୍କ ଅଡିଓ ଭାଇରାଲ୍‌

ପ୍ରମୋଦ: ରୋହନ! ସାନଭାଇ କେଉଁଠି ଅଛ? ଘରେ ଟିକେ ଭେଟ୍‌ବାର ଥିଲା।
ରୋହନ: ଯାହା କହୁଛ ଫୋନ୍‌ରେ କହ।
ପ୍ରମୋଦ: ରେକର୍ଡ କରିଦେସ ବୁଆ, ଭରସା ନି ତମକେ।
ରୋହନ: ସବୁକଥା ହେନ୍ତି ନି ହୁଏ। ନାଇଁ କରେ ରେକର୍ଡ; କହ।
ପ୍ରମୋଦ: ଜେଲର୍‌ ନାଁରେ ଡିଜିକେ କମ୍ପ୍ଲେନ୍‌ କରିଛ କେଁ?
ରୋହନ: ହଁ, କରା ହେଇଛେ। ଫୋନ୍‌ କଲା କି ତମ୍‌କେ?
ପ୍ରମୋଦ: ଯେନ୍ତା କରିବି ଟିକେ ଦେଖ, ଇଟାକେ ଅଟକାବାର ଅଛେ।
ରୋହନ: ସତ କହ କାଣା ଯେ?
ପ୍ରମୋଦ: ଭେଟିକରି ସମାଧାନ କରିଦେମା।
ରୋହନ: ଜେଲ୍‌ ଭିତରେ ଥିବା କିଷନନୁ ୨ ମାଗି ଦିଅ।
ପ୍ରମୋଦ: ୨ ତ ତମର?
ରୋହନ: ହଁ ମୋର ୨, ବାକି ତମର, ତମେ ଦେଖ ମାଗ୍‌ବ।
ପ୍ରମୋଦ: ଫେର୍ କେନ୍ତା ହେବା? କମ୍ପ୍ଲେନ୍‌ କରା ତ ହେଇଛେ। ଯଦି ମୋର୍‌ ନିକେ ଆସବା
ଲେଟର, ବେଲେ ମୁଇଁ ସେଟିସ୍‌ଫାଏ ଲେଖିକରି ଦେଇଦେମି। ସେମାନେ ତାକର ରିପୋର୍ଟରେ ସବୁ ଚେଞ୍ଜ କରିପାରବେ, ଜେଲ୍‌ ୱାଲେ।
କଣ୍ଟାବାଞ୍ଜି ଉପକାରାଗାରର ମହିଳା ଜେଲର୍ ବିକାଶଲତା ବାରୁଙ୍କ ନାଁରେ ଡିଜିଙ୍କ ପାଖରେ ହୋଇଥିବା ଅଭିଯୋଗ ଏବଂ ଜେଲ୍ ଭିତରେ ରହିଥିବା କଏଦୀ ତଥା କଣ୍ଟାବାଞ୍ଜିର ବ୍ୟବସାୟୀ କିଷନ ଅଗ୍ରୱାଲଙ୍କ ବିଷୟରେ ପ୍ରମୋଦ ବେହେରା ଓ ରୋହନ ମହତଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାର ଅଡିଓ ଭାଇରାଲ୍ ହୋଇଛି। ଏଥିରେ ପ୍ରଥମେ ଜେଲର୍‌ଙ୍କୁ ବଞ୍ଚାଇବା ପାଇଁ ପ୍ରମୋଦ ରୋହନଙ୍କୁ କହୁଥିବା ବେଳେ ଜେଲ୍ ଭିତରେ ଥିବା ବ୍ୟବସାୟୀ କିଷନ୍‌ଲାଲ୍ ଅଗ୍ରୱାଲଙ୍କଠାରୁ ୨ ମାଗିଦିଅ ବୋଲି କହୁଛନ୍ତି ରୋହନ। ଜେଲ୍ ଭିତରରକୁ ଖାଇବା ଓ ଅନ୍ୟ ସାମଗ୍ରୀ ପହଞ୍ଚୁଥିବା ବେଳେ କିଷନ୍ ମୌଜ କରୁଥିବା ଏବଂ ଏଥିରେ ଜେଲ୍‌ରଙ୍କ ହାତ ଥିବା ଅଡିଓରେ ଶୁଣିବାକୁ ମିଳୁଛି। ଦାଲାଲ୍‌ଗିରି କରୁଥିବା ପ୍ରମୋଦ ଜେଲର୍‌ଙ୍କୁ ବଞ୍ଚାଇଦିଅ ବୋଲି କହୁଛନ୍ତି। ଏହି ଅଡିଓ ଭାଇରାଲ ହେବା ପରେ କଣ୍ଟାଟାବାଞ୍ଜି ଜେଲ୍ ଭିତରେ ରହିଥିବା କଏଦୀମାନଙ୍କଠାରୁ ଜେଲର୍‌ଙ୍କ ଜରିଆରେ ଏହି ସାମ୍ବାଦିକମାନେ ଡିଲ୍ କରି ଲକ୍ଷ ଲକ୍ଷ ଟଙ୍କା ନେଉଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏହାର ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ମତ ପ୍ରକାଶ ପାଉଛି।

ଏ କିଷନ କିଏ?
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରର ଜଣେ ଜଣାଶୁଣା ବ୍ୟବସାୟୀ ହେଉଛନ୍ତି କିଷନଲାଲ ଅଗ୍ରୱାଲ। ସହର ଭିତରେ ଫଟକା ଓ ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରନ୍ତି। ପଖନମୁଣ୍ଡା ଗାଁ ନିକଟରେ ସେ ବେଆଇନ ଭାବେ ଫଟକା କାରଖାନା କରିଥିବା ସୂଚନା ପାଇ ଗତ ଜୁଲାଇ ୨୧ ତାରିଖ ଦିନ ପୁଲିସ ଚଢ଼ଉ କରିଥିଲା। ସେଠାରୁ ବେଆଇନ ଭାବେ ଗଚ୍ଛିତ ରାସାୟନିକ ଦ୍ରବ୍ୟ ଓ ମେସିନ ଜବତ କରିଥିଲା। ଏହି ଘଟଣାରେ ବ୍ୟବସାୟୀ କିଷନଲାଲ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏମାନେ ଏବେ କଣ୍ଟାବାଞ୍ଜି ସବ୍‌ଜେଲ୍‌ ହାଜତରେ ଅଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।