ଦେଶ ବିଦେଶ ମନୋରଞ୍ଜନ

ସାମ୍ନାକୁ ଆସିଲା ବିଗ୍‌ ବିଙ୍କ ଉତ୍ତରାଧିକାରୀ ନାଁ, ପୋଷ୍ଟ ସେୟାର କଲେ ଅମିତାଭ୍

ମୁମ୍ବାଇ ୨୫।୦୩ : ଅଭିଷେକ ବଚ୍ଚନ ତାଙ୍କ ଚଳଚ୍ଚିତ୍ର ‘ଦଶବି’ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କଥାରେ ଅଛି ‘ସୋନେ ପେ ସୁହାଗା’ ଏବେ ତାଙ୍କର ଅବସ୍ଥା ସେହିପରି । କାରଣ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍‌ କରାଯାଇଛି। ଏହି ଟ୍ରେଲର ଆସିବା ମାତ୍ରେ ସୋସିଆଲ ମିଡିଆରେ ଧମାଲ୍‌ ସୃଷ୍ଟି କରିଛି। ବହୁ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିଷେକ୍‌। ପ୍ରଶଂସକମାନେ ଅଭିଷେକ ଏବଂ ଫିଲ୍ମ ବିଷୟରେ ଟ୍ୱିଟ୍ କରୁଥିବାବେଳେ ଅମିତାଭ ବଚ୍ଚନଙ୍କର ଏକ ଟ୍ୱିଟ ଇଣ୍ଟରନେଟରେ ଭାଇରାଲ୍‌ ହୋଇଛି। ହଁ, ବର୍ତ୍ତମାନ ଫିଲ୍ମ ଅପେକ୍ଷା ଏହି ଟ୍ବିଟ୍‌ଟି ପ୍ରାଧାନ୍ୟ ବିସ୍ତାର କରିଛି। ଅମିତାଭ ବଚ୍ଚନ ଯେତେବେଳେ ଏହି ଟ୍ୱିଟରେ ନିଜର ଉତ୍ତରାଧିକାରୀର ଘୋଷଣା କରି ଦେଇଛନ୍ତି।

ବାସ୍ତବରେ, ମେଗାଷ୍ଟାର ଅଭିଷେକଙ୍କ ‘ଦଶବି’ ଚଳଚ୍ଚିତ୍ରର ଟ୍ରେଲରକୁ ଦେଖି ବହୁତ ପ୍ରଭାବିତ ହୋଇଛି। ଏହି ଟ୍ରେଲର ଦେଖିବା ପରେ ଅମିତାଭ ଟ୍ୱିଟରରେ ନିଜର ଭାବନା ପ୍ରକାଶ କରିଛନ୍ତି। ସେ ହରିବଂଶ ରାୟ ବଚ୍ଚନଙ୍କ ଏକ କବିତା ସେୟାର କରିଛନ୍ତି। ତାଙ୍କ ପୁଅ ଅଭିଷେକଙ୍କ ପାଇଁ ଗର୍ବିତ ଅନୁଭବ କରିଛନ୍ତି। ଏହା ସହ ସେ ଉତ୍ତରାଧିକାରୀ ଘୋଷଣା କରି ଲେଖିଛନ୍ତି – ‘ମୋ ପୁଅ, ପୁଅ ହେଲେ ଉତ୍ତରାଧିକାରୀ ହେବ ନାହିଁ … ଯିଏ ମୋର ଉତ୍ତରାଧିକାରୀ ହେବେ ସେ ହେଲା ମୋ ପୁଅ ହେବେ। ଅଭିଷେକ, ତୁମେ ମୋର ଉତ୍ତରାଧିକାରୀ, ବାସ୍‌ କହି ଦେଲି ।

ଏହି ଟ୍ୱିଟ୍‌ରେ ପ୍ରଶଂସକଙ୍କ କମେଣ୍ଟର କରିବାରେ ଲାଗିଛନ୍ତି। ପ୍ରଶଂସକମାନେ ମଧ୍ୟ ବହୁତ ପ୍ରଶଂସା କରିଛନ୍ତି। ନିକଟରେ ଦୀପିକା ପାଦୁକୋନ୍ ତାଙ୍କ ଇନଷ୍ଟା ଷ୍ଟୋରୀରେ ଟ୍ରେଲର ଲଗାଇ ଅଭିଷେକଙ୍କୁ ପ୍ରଶଂସା କରିଛନ୍ତି । ଫିଲ୍ମଟି ୭ ଏପ୍ରିଲରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ