ମୁମ୍ବାଇ ୦୫/୦୯ : ଋଷି କପୁରଙ୍କ ଶେଷ ଫିଲ୍ମ ଶର୍ମା ଜୀ ନମକୀନ୍ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ଋଷି କପୁରଙ୍କ ଶେଷ ଫିଲ୍ମକୁ ଦେଖିବା ନେଇ ତାଙ୍କ ଫ୍ୟାନ୍ସମାନେ କେବେ ଠାରୁ ଚାହିଁ ବସିଛନ୍ତି । ତେବେ ଅଭିନେତା ଋଷି କପୁରଙ୍କ ୬୯ତମ ଜନ୍ମ ଦିନ ଅବସରରେ ନିର୍ମାତା ଓ ଦର୍ଶକମାନଙ୍କୁ ଏକ ସ୍ବତନ୍ତ୍ର ଉପହାାର ଦେଇଛନ୍ତି । ତେବେ ଫିଲ୍ମ ମେକର୍ସ ଶର୍ମା ଜୀ ନମକୀନ୍ ର ପ୍ରଥମ ଲୁକ୍ ଜାରି କରିଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟର ଜାରି ହେଉ ହେଉ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ମେକର୍ସ ଏହି ଫିଲ୍ମର ଦୁଇଟି ପୋଷ୍ଟର ରିଲିଜ୍ କରିଛନ୍ତି । ତେବେ ଫିଲ୍ମ ‘ଶର୍ମାଜୀ ନମକୀନ୍’ରେ କିଛି ଖାସ୍ ରହିଛି । କାହିଁକି ନା ଏହି ଫିଲ୍ମର ଅଧା ଭାଗରେ ଋଷି କପୁର ଥିବା ବେଳେ ଅନ୍ୟ ଭାଗରେ ପରେଶ ରାୱଲ ନଜର ଆସିବେ । ଏହା ବଲିଉଡର ପ୍ରଥମ ଫିଲ୍ମ ହେବ ଯେଉଁଥିରେ ଏହିପରି ପ୍ରସ୍ତୁତ କରାଯାଇଛି ।
ଏହି ପୋଷ୍ଟର ସେୟାର କରି ଫିଲ୍ମ ମେକର୍ସ ମାନେ ଲେଖିଛନ୍ତି କି ଯେ ଆମେ ଏକ ସ୍ବତନ୍ତ୍ର ଧରଣର ଫିଲ୍ମ ପୋଷ୍ଟର ରିଲିଜ୍ କରିଛୁ । ଏହା ସହ ନିଜକୁ ଗର୍ବ ଅନୁଭବ ମଧ୍ୟ କରୁଛୁ । ଏହି ଫିଲ୍ମରେ ପ୍ରସିଦ୍ଧ ଅଭିନେତା ଋଷି କପୁର, ଯାହାଙ୍କର ଅଭିନୟ ଜଗତରେ ସଫଳତାର କାମକୁ ସଦାସର୍ବଦା ସମ୍ମାନୀତ କରି ରଖାଯାଇଛି । ଏହା ସହ ସେ ଆହୁରି ଲେଖିଛନ୍ତି କି ଯେ ତାଙ୍କର ସ୍ନେହ , ସମ୍ମାନ ଓ ସ୍ମୃତିର ପ୍ରତୀକ । ତାଙ୍କର ଲକ୍ଷାଧିକ ଫ୍ୟାନ୍ସଙ୍କୁ ମଧ୍ୟ ଉପହାର ଭାବେ ଶେଷ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରାଯାଇଛି । ଯାହାକୁ ନେଇ ପରେଶ ରାୱଲ୍ ମଧ୍ୟ କହିଛନ୍ତି ଯେ ବହୁତ ବହୁତ ଧନ୍ୟବାଦ ଯିଏ ଋଷି କପୁରଙ୍କ ଦ୍ବାରା କରାଯାଇଥିବା ସେହି ଚରିତ୍ରକୁ ଦେଖାଇବା ନେଇ ଏହି ପଦକ୍ଷେପ ଉଠାଇବା ପାଇଁ ସହମତି ଦେଇ ଫିଲ୍ମକୁ ପୂରା କରିଛନ୍ତି ।
ଏହା ବ୍ୟତୀତ ଅଭିନେତାଙ୍କ ଏହି ଫିଲ୍ମର ପୋଷ୍ଟର ପାଇଁ ତାଙ୍କ ଝିଅ ରିଦ୍ଧିମା କପୁର , ସାହନୀ ଓ ନୀତୁ କପୁର ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରରେ ଏହାକୁ ସେୟାର କରିଥିଲେ । ନିର୍ମାତାଙ୍କୁ ଧନ୍ୟବାଦ ଦେବା ସହ ଅନେକ କଳାକାରଙ୍କୁ ମନେ ପକାଇଛନ୍ତି । ତେବେ ଏହି ଫିଲ୍ମଟି ଏଣ୍ଟରଟେନମେଣ୍ଟ ଓ ମେକଗଫିନ୍ ପିକ୍ଚର ଦ୍ବାରା ନିର୍ମିତ । ଏହି ପିଲ୍ମଟି ନିର୍ଦ୍ଦେଶକ ହିତେଶ ଭାଟିଆଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଜଣେ ୬୦ ବର୍ଷିୟ ବ୍ୟକ୍ତିର କାହାଣୀ କହିବ ।