ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ, ନାଁ ନନେଇ ଜଣେ ଓଡିଆ ଅଭିନେତ୍ରୀଙ୍କ ଉପରେ ବର୍ଷିଲେ ସାଂସଦ

କଟକ ୦୨/୦୬: ସାଂସଦ ଅନୁଭବଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏଥର ସେ ତାଙ୍କ ପତ୍ନୀ ବର୍ଷାଙ୍କ ବିରୋଧରେ କିଛି କହିନାହାଁନ୍ତି । ଏଥର କିନ୍ତୁ ସେ ଓଡ଼ିଆ ଅଭିନେତ୍ରୀଙ୍କ ବିରୋଧରେ ଓଗାଳିଛନ୍ତି ବିଷ । ନାଁ ନନେଇ ପରୋକ୍ଷରେ ଖୁବ ବର୍ଷିଛନ୍ତି ସାଂସଦ ଅନୁଭବ । ସେ କହିଛନ୍ତି ଦୟାକରି ମୋତେ ବଦନାମ କରିବା ବନ୍ଦ କର ।

ମିଛରେ ମୋ ନାଁରେ ଅଭିନେତ୍ରୀ ଜଣଙ୍କ ଅପପ୍ରଚାର କରିଛନ୍ତି । ଅନୁଭବ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଦୁଇ ବର୍ଷ ତଳେ ଗଣମାଧ୍ୟମ ସାମ୍ନାରେ ମୋ ଚରିତ୍ର ସଂହାର କରିଥିଲେ । କହିଥିଲେ ଯେ, ଅନୁଭବ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ତାଙ୍କ ମନ୍ତବ୍ୟକୁ ନେଇ ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହୋଇଥିଲା । ଏବେ ଦୁଇ ବର୍ଷ ପରେ ଅନୁଭବ ଏହି କଥାର ଖୁଲ୍ଲାସା କରିଛନ୍ତି ।

ସେ କହିଛନ୍ତି ଅଭିନେତ୍ରୀ ଜଣଙ୍କ ଯାହା କହିଥିଲେ ସେ ସବୁ ମିଛ । ତାଙ୍କ ଅଭିଯୋଗରେ ନାହିଁ କୌଣସି ସତ୍ୟତା । ସେ ଅଯଥାରେ ମୋତେ ବଦନାମ କରୁଛନ୍ତି । ସେ ଏକଥା ପ୍ରମାଣ କରିବାକୁ ଅନ୍ୟ ଜଣେ ବନ୍ଧୁଙ୍କ ସାହାଯ୍ୟ ନେଇଛନ୍ତି । ଭିଡିଓରେ ଅନୁଭବଙ୍କ ସହ ଜଣେ ବ୍ୟକ୍ତି ମଧ୍ୟ ସେ ଅଭିନେତ୍ରୀଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଅଭିନେତ୍ରୀ କହିବା କଥା ସଂପୂର୍ଣ୍ଣ ମିଥ୍ୟା । ମୁଁ ନିଜେ ଏହାର ମୂକସାକ୍ଷୀ ।

ସୂଚନା ଥାଉକି, ଗତ ଦୁଇ ବର୍ଷ ତଳେ ଯେବେ ଅନୁଭବ-ବର୍ଷା ଅଲଗା ହେବା ଖବର ଚର୍ଚ୍ଚା ହେଉଥିଲେ ସେହି ସମୟରେ ଅଭିନେତ୍ରୀ ଜଣଙ୍କ ଅନୁଭବଙ୍କ ଚରିତ୍ର ନେଇ ମୁହଁ ଖୋଲିଥିଲେ । ସେ କହିଥିଲେ ଅନୁଭବ ନାରୀଙ୍କୁ ସମ୍ମାନ ଦିଅନ୍ତି ନାହିଁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ