ଦେଶ ବିଦେଶ ମନୋରଞ୍ଜନ

ସାମ୍ନାକୁ ଆସିଲା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ୍, ଦମଦାର ଅନ୍ଦାଜରେ ନଜର ଆସିଲେ ଅଭିନେତା

ନୂଆଦିଲ୍ଲୀ ୧୪/୧୧ : ବଲିଉଡ ଅଭିନେତା ଅକ୍ଷୟ କୁମାର ଦୀପାବଳିରେ ଖାସ ଅନ୍ଦାଜରେ ଶୁଭକାମନା ଦେଇଛନ୍ତି। ସୋସିଆଲ ମିଡ଼ିଆ ଜରିଆରେ ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ର ଫାଷ୍ଟ ଲୁକ ଜାରି କରି ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଦେଇଛନ୍ତି। ଅକ୍ଷୟ କୁମାର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।

ଇନଷ୍ଟାଗ୍ରାମରେ ନିଜର ଆଗାମୀ ରାମ ସେତୁର ଫାଷ୍ଟ ଲୁକ ଜାରି କରି ଲେଖିଛନ୍ତି, ‘ଏହି ଦୀପାବଳି, ଭାରତର ଆଦର୍ଶ ଓ ମହାନାୟକ ପ୍ରଭୁ ଶ୍ରୀରାମଙ୍କ ପୁଣ୍ୟ ସ୍ମୃତିକୁ ଯୁଗ ଯୁଗ ଧରି ଭାରତ ଚେତନାରେ ସୁରକ୍ଷିତ ରଖିବାକୁ ଏମିତି ଏକ ସେତୁ ତିଆରି କରିବା ଯାହା ଆଗାମୀ ପିଢ଼ିକୁ ପ୍ରଭୁ ଶ୍ରୀରାମଙ୍କ ସହ ଯୋଡି ରଖିବା। ଏହି ପ୍ରୟାସରେ ଆମର ଏକ ଛୋଟ ପ୍ରୟାସ ରାମ ସେତୁ। ଆପଣ ସମସ୍ତଙ୍କୁ ଦୀପାବଳିର ଶୁଭକାମନା।’

https://www.instagram.com/p/CHj3QbtH-2v/?utm_source=ig_embed

ଅକ୍ଷୟ କୁମାରର ଏହି ଫାଷ୍ଟ ଲୁକକୁ ୭ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏଥିରେ ଅକ୍ଷୟ କୁମାର ଅତ୍ୟନ୍ତ ଗମ୍ଭୀର ମୁଦ୍ରାରେ ନଜର ଆସିଛନ୍ତି। ଏଥିରେ ସେ ଡେନିମ ସାର୍ଟ ସହ ଗ୍ରେ ରଙ୍ଗର କାର୍ଗୋ ପିନ୍ଧିଛନ୍ତି। ଅକ୍ଷୟଙ୍କ ପଛପଟେ ଶ୍ରୀରାମଙ୍କ ଫଟୋ ରହିଛି।

https://www.instagram.com/p/CHj3GTpHV2v/?utm_source=ig_embed

ରାମ ସେତୁର ନିର୍ଦେଶକ ହେଲା ଅଭିଷେକ ଶର୍ମା। ଅରୁଣା ଭାଟିଆ ଓ ବିକ୍ରମ ମଲହୋତ୍ରା ଫିଲ୍ମ ନିର୍ମାତା। ଏହା ପୂର୍ବରୁ ଅଭିଷେକ ଶର୍ମା ଅକ୍ଷୟ କୁମାରଙ୍କ ଫିଲ୍ମ ମିଶନ ମଙ୍ଗଳର ନିର୍ଦେଶନା ଦେଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ