ଅପରାଧ ରାଜ୍ୟ

ସାମାନ୍ୟ ବଚସାରୁ ତୀରମାଡ଼, ଗୁରୁତର ଯୁବକ ବୁର୍ଲା ସ୍ଥାନାନ୍ତର

ଦେବଗଡ଼ ୦୬।୦୯: ସାମାନ୍ୟ ବଚସାରୁ ତୀରମାଡ଼। ଦେବଗଡ଼ ଜିଲ୍ଲା ବାରକୋଟ ଥାନା ରାଇତାବାହାଳ ପଞ୍ଚାୟତ ଅନ୍ତର୍ଗତ ଉପରଖଣ୍ଡାମ ଗାଁରେ ଜଣେ ଯୁବକଙ୍କୁ ତୀରମାଡ଼ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ରାହ୍ମଣୀ ନଦୀରେ ମାଛଧରାକୁ କେନ୍ଦ୍ରକରି ହୋଇଥିବା ଗଣ୍ଡଗୋଳରେ ତୀରମାଡ଼ ହୋଇଥିବା ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଉପରଖଣ୍ଡାମ ଗାଁର ବାବୁ ଧିବର ତାଙ୍କ ବଡଭାଇଙ୍କ ଘରକୁ ଯାଉଥିବା ବେଳେ ପଛପଟୁ ଅନ୍ୟ ଜଣେ ଯୁବକ ଗଣ୍ଠି ଧିବର ଧନୁତୀରରେ ଆକ୍ରମଣ କରିଥିଲେ । ଫଳରେ ଧନୁ ତୀରଟି ବାବୁଙ୍କ ପିଠିରେ ପଶିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ବାବୁଙ୍କ ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ପିଙ୍କି ଧିବର ଏବଂ ସାହିପଡ଼ୋଶୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ତୀର ମାରିଥିବା ଗଣ୍ଠି ଧିବର ଘଟଣାସ୍ଥଳରୁ ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ କାବୁ କରିନେଇ ବାରକୋଟ ଥାନା ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗଣ୍ଠିକୁ ଅଟକ ରଖିଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ଗୁରୁତର ବାବୁଙ୍କୁ ପ୍ରଥମେ ବାରକୋଟ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ମାତ୍ର ସର୍ଜରୀ ଡାକ୍ତର ନଥିବାରୁ ତୀର କଢାଯାଇନପାରି ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି । ବାରକୋଟ ଥାନାରେ ଗଣ୍ଠିକୁ ପୋଲିସ ଅଧିକ ପଚରାଉଚୁରା କରୁଥିବା ବେଳେ ତାପାଖରୁ ଗୋଟିଏ ଧନୁ ଏବଂ ଦୁଇଟି ତୀର ଜବତ କରାଯାଇଛି । ବ୍ରାହ୍ମଣୀ ନଦୀରୁ ମାଛଧରାକୁ କେନ୍ଦ୍ରକରି ଉଭୟଙ୍କ ଭିତରେ ପୂର୍ବରୁ ଗଣ୍ଡଗୋଳ ଲାଗି ରହିଥିଲା । ଏହାକୁ କେନ୍ଦ୍ର କରି ଗଣ୍ଠି ତୀର ଯୋଗେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।