ମନୋରଞ୍ଜନ

ସାମନ୍ଥା ଓ ନାଗା ଚୈତନ୍ୟଙ୍କ ସମ୍ପର୍କରେ ଫାଟ : କାରଣକୁ ନେଇ ଏବେ ଖୁବ୍ ଚର୍ଚ୍ଚା…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ହଟ ଓ ସୁପରହିଟ୍‌ କପଲ ନାଗା ଚୈତନ୍ୟ ଓ ସାମନ୍ଥାଙ୍କ ସମ୍ପର୍କରେ ପୁଣି ଥରେ ଦେଖାଦେଇଛି ଫାଟ। ଏନେଇ କେହି ମୁହଁ ଖୋଲୁ ନ ଥିଲେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଏପରିକି କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ୨୦୧୦ ମସିହାରୁ ପରସ୍ପରକୁ ଡେଟ୍‌ କରୁଥିଲେ। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍‌ ରାଜକୀୟ ଢଙ୍ଗରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ଏବେ ଉଭୟଙ୍କ ସମ୍ପର୍କକୁ କାହାର ନଜର ଲାଗି ଯାଇଥିବା ନେଇ ଆଲୋଚନା ହେଉଛି। ଉଭୟ ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇ ନଥିଲେ ମଧ୍ୟ ସବୁ ଆଡେ ଚହଳ ପଡିଚି । ଏପରିକି ଏହି କପଲ ଏବେ ଅଲଗା ରହୁଥିବା ବେଳେ ଛାଡପତ୍ର ନେବାକୁ ପ୍ଲାନିଂ କରୁଥିବାର ଶୁଣିବାକୁ ମିଳୁଛି।

ଏହି ୨ ଜଣଙ୍କ ସମ୍ପର୍କରେ ଦେଖାଦେଇଥିବା ଝଡର କାରଣ ନେଇ ଉଭୟ ମୁହଁ ଖୋଲୁ ନ ଥିବା ବେଳେ ଏହା ପଛର କାରଣ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସୂଚନା ଅନୁଯାୟୀ, ଉଭୟଙ୍କ ସମ୍ପର୍କରେ ଫାଟର କାରଣ ସାମନ୍ଥାଙ୍କର ଫିଲ୍ମ ଓ ନିଜ କ୍ୟାରିଅର ପ୍ରତି ଅହେତୁକ ଦୁର୍ବଳତାକୁ ଧରାଯାଉଛି। ବିବାହ ପରେ ବି ସାମନ୍ଥା ଅଭିନୟରେ ପୁରାପୁରୀ ବ୍ୟସ୍ତ ରହୁଛନ୍ତି । ଏପରିକି ଗ୍ଲାମରସ୍‌ ଭାବେ ହଟ ଫଟୋଶୁଟ ବି କରାଉଛନ୍ତି। ଯାହାକି ତାଙ୍କ ସ୍ୱାମୀ ନାଗା ଚୈତନ୍ୟ ଓ ଶ୍ୱଶୁର ନାଗାର୍ଜୁନଙ୍କୁ ପସନ୍ଦ ଆସୁ ନାହିଁ। ସେମାନେ ଶାଶୁ ଅମଲା ଅକ୍କିନେନିଙ୍କ ପରି ହେବାକୁ ସାମନ୍ଥାଙ୍କୁ ବୁଝାଉଥିଲେ ମଧ୍ୟ ସେ ଏହାକୁ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

ସାମନ୍ଥାଙ୍କୁ ଶେଷ ଥର ଫ୍ୟାମିଲି ମ୍ୟାନ୍‌-୨ରେ ଖୁବ୍‌ ବୋଲ୍ଡ ରୋଲ ପ୍ଲେ କରିଥିବାର ନଜର ଆସିଥିଲେ। ଏହାର ପ୍ରଭାବ ମଧ୍ୟ ସେମାନଙ୍କ ବୈବାହିକ ଜୀବନରେ ପଡ଼ିଥିବା ଶୁଣିବାକୁ ମିଳିଛି। ତେଣୁ ଏହି ସେଲିବ୍ରେଟି କପଲ ଏକାଠି ରହିବେ ନା ନିଜର ଅଲଗା ଅଲଗା ରାସ୍ତା ବାଛି ନେବେ ତାହା ପରେ କହିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ