ଦେଶ ବିଦେଶ ମନୋରଞ୍ଜନ

ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ର ଫାଷ୍ଟ ଟିଜର ରିଲିଜ୍‌, ଅଭିନେତ୍ରୀ ଦେଖାଇଲେ ରହସ୍ୟମୟୀ ଦୁନିଆର ଝଲକ…

ନୂଆଦିଲ୍ଳୀ ୦୬।୦୫ : ବର୍ତ୍ତମାନ ବକ୍ସ ଅଫିସରେ ରାଜ୍‌ କରୁଛି ସାଉଥ ମୁଭି। ଚାରିଆଡ଼େ ଗୋଟିଏ କଥା କି ଆକ୍ସନ ଓ କି ଡାଏଲଗ କି ଗୀତ। ବଲିଉଡ୍ ଫିଲ୍ମ ଅପେକ୍ଷା ହଲ୍‌ରେ ଏବେ ସାଉଥ୍ ଫିଲ୍ମର ଚାଲିଛି ଦବଦବା। ଫ୍ୟାନ୍ସକୁ ମତୁଆଲା କରୁଛି ସାଉଥ ହିରୋଙ୍କ ଲୁକ୍‌ ଓ ଷ୍ଟାଇଲ୍‌ । ଅଞ୍ଚଳ କି ରାଜ୍ୟରେ ନୁହେଁ ପୂରା ଦେଶରେ ସୁପରହିଟ୍ ହେଉଛି ସାଉଥ ଫିଲ୍ମ । ସମସ୍ତ ସିନେ ଇଣ୍ଡଷ୍ଟ୍ରିରେ ସାଉଥର ହାୱା। ତାମିଲ, ତେଲୁଗୁ, କନ୍ନଡ କିମ୍ବା ମାଲାୟାଲମ୍ ଫିଲ୍ମର ହିନ୍ଦୀ ଭର୍ସନ୍ ପାଇଛନ୍ତି ଦର୍ଶକ । ପୁଷ୍ପା, କେଜିଏଫ୍ ୨ ଧମାଲ କରିବା ପରେ ଏବେ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ ମଧ୍ୟ ହଲକୁ ଆସିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’ର ପ୍ରଥମ ଟିଜର ଭିଡିଓ ରିଲିଜ୍ ହୋଇଛି।

ସାଉଥ ସିନେମାରେ ସାମନ୍ଥା ଖୁବ୍‌ ଲୋକପ୍ରିୟ । ସାମନ୍ଥା ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାନ୍ତି। କିନ୍ତୁ ବର୍ତ୍ତମାନ ଏହାରି ଭିତରେ ତାଙ୍କ ଚଳଚ୍ଚିତ୍ର’ ଯଶୋଦା’ଙ୍କ ଟିଜର ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରାଯାଉଛି । ଏହି ୩୭ ସେକେଣ୍ଡର ଭିଡିଓରେ ସାମନ୍ଥା ଏଭଳି ଏକ ମହିଳାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ପ୍ରଥମେ ଡାକ୍ତରଖାନା ବେଡ୍‌ ଉପରେ ବସିଥିବାର ଦେଖିବାକୁ ମିଳିଛି , କିନ୍ତୁ ହଠାତ୍ ଝରକା ଆଡକୁ ଯିବା ମାତ୍ରେ ସେ ଏକ ପାରାକୁ ଦେଖନ୍ତି, ହାତ ବାହାର କରି ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ତାଙ୍କ ହାତ ପହଞ୍ଚି ପାରେ ନାହିଁ, ଯେତେବେଳେ ସେ ବାହାରକୁ ଦେଖନ୍ତି ସେ ନିଜକୁ ଏକ ରହସ୍ୟମୟ ଦୁନିଆରେ ପାଆନ୍ତି।

ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓର ଫାଷ୍ଟ ଝଲକ ମଧ୍ୟ ସେୟାର କରିଛନ୍ତି। ଲେଖିଛନ୍ତି, ‘ମୋର ଫିଲ୍ମ ଯଶୋଦା’ର ଟିଜରକୁ ସେୟାର କରି ବହୁତ ଖୁସି ଲାଗୁଛି। ଏହି ଚଳଚ୍ଚିତ୍ରଟି ତେଲୁଗୁ ଭାଷାରେ ସୁଟିଂ କରାଯାଇଛି, କିନ୍ତୁ ଏହି ଚଳଚ୍ଚିତ୍ରଟି ଡବିଂ ଦ୍ୱାରା ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ସସପେନ୍ସରେ ପରିପୂର୍ଣ୍ଣ ଅଗଷ୍ଟ ୧୨ରେ ରିଲିଜ୍‌ ହେବ ବୋଲି କୁହାଯାଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ