ଅପରାଧ ରାଜ୍ୟ

ସାବାଡ୍‌ ହେବେ ଅମାନିଆ ‌ଅଟୋ ଚାଳକ: ଦିନକରେ ୩୦ ଅଟୋ ଜବତ

ଭୁବନେଶ୍ବର: ଉପଯୁକ୍ତ କାଗଜପତ୍ର ନଥାଇ ଚଳାଚଳ କରୁଥିବା ୩୦ଟି ଅଟୋକୁ ଆଜି ଭୁବନେଶ୍ବର ଟ୍ରାଫିକ୍‌ ପୁଲିସ ଜବତ କରିଛି। ଆଜି ଟ୍ରାଫିକ୍‌ ଥାନା-୧ ଏବଂ ୨ ପକ୍ଷରୁ ରାଜଧାନୀର ୧୫ରୁ ଅଧିକ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ ଉଲ୍ଲଂଘନ କରିଥିବା ୩୦ଟି ଅଟୋକୁ ଜବତ କରାଯାଇଛି ବୋଲି ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି।

ଅଟୋଗୁଡ଼ିକ ସମସ୍ତ କାଗଜପତ୍ର କରାଇବା ପରେ ସେମାନଙ୍କୁ ୫ଶହ ଟଙ୍କା ଜରିମାନା କରାଯାଇ ଛଡ଼ାଯିବ। ଯେଉଁମାନେ କାଗଜପତ୍ର ନକରିବେ, ସେମାନଙ୍କ ଅଟୋକୁ ସିଜ୍‌ କରାଯାଇ କୋର୍ଟକୁ ହସ୍ତାନ୍ତର କରାଯିବ। ଏହି ସ୍ବତନ୍ତ୍ର ଡ୍ରାଇଭ୍‌ ଆସନ୍ତା ୧୫ଦିନ ଯାଏ ଚାଲିବ ବୋଲି ଏସିପି ଶ୍ରୀ ପଣ୍ଡା କହିଛନ୍ତି। ଯାଞ୍ଚ ସମୟରେ ଅଟୋର ଇନ୍ସ୍ୟୁରାନ୍ସ ଠାରୁ ଆରମ୍ଭ କରି ଫିଟ୍‌ନେସ୍‌, ଚାଳକଙ୍କ ଲାଇସେନ୍ସ, ପ୍ରଦ୍ୟୁଷଣ ସାର୍ଟିଫିକେଟ୍‌ ଆଦିକୁ ଗୁରୁତ୍ବ ଦିଆଯାଇଛି। ଅଟୋର ଅତିକମ୍‌ରେ ଏହି ୫ଟି କାଗଜପତ୍ର ଠିକ୍‌ ଥିବା ଦରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ଅଟୋକୁ ଜବତ କରାଯିବ। ଆଉ ଏଥିପାଇଁ ମୋଟା ଅଙ୍କର ‌ଜରିମାନା କରାଯିବ ବୋଲି କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।