ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସାବଧାନ! କୁନି ପିଲାଙ୍କୁ ଦିଅନ୍ତୁ ନାହିଁ ଆପଣଙ୍କ ଆଇଫୋନ୍‌, ଆକାଉଣ୍ଟରୁ କଟିଯାଇପା‌ରେ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଥରେ ଭାବନ୍ତୁ ତ, ଯଦି ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ଅଚାନକ ଆପଣଙ୍କ ଅ‌ଜାଣତ‌ରେ ୧୧ ଲକ୍ଷ ଟଙ୍କା କଟିଯାଏ ତ? ଏହା ଏକ କଳ୍ପନା ନୁହେଁ, ବରଂ ଏପରି ଏକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଆପେଲ୍‌ ଫୋନ୍‌ ବ୍ୟବହାରକାରୀ ଜେସିକା ଜନସନ ନାମ୍ନୀ ଜଣେ ମହିଳା। ଯେତେବେଳେ ଜେସିକାଙ୍କ ଅଗୋଚରରେ ତାଙ୍କ ଆକାଉଣ୍ଟ୍‌ରୁ ୧୬ ହଜାର ଡଲାର(ପାଖାପାଖି ୧୧ ଲକ୍ଷ) ଟଙ୍କା କଟିଗଲା, ତାଙ୍କୁ ଶକ୍ତ ଧକ୍କାଟିଏ ଲାଗିନଥିବ?

ସବୁଠାରୁ ଦୁଃଖର କଥା ହେଉଛି ସେ କୌଣସି ଅନ୍‌ଲାଇନ୍‌ ଠକାମୀ କିମ୍ବା ଡେବିଟ୍‌ କାର୍ଡ କି କ୍ରେଡିଟ୍‌ କାର୍ଡ ଠକାମୀର ଶିକାର ହୋଇନାହାନ୍ତି ଯେ ଏ ନେଇ ଅଭିଯୋଗ କରିପାରିବେ। ତା‌ଙ୍କ ଆକାଉଣ୍ଟ୍‌ରୁ ଯଦି ଏତେ ବଡ଼ ପରିମାଣର ଟଙ୍କା କଟିଛି ତେବେ ତାହା ପାଇଁ ଦାୟୀ ହେଉଛି ତାଙ୍କ ଛଅ ବର୍ଷର ଶିଶୁ ପୁତ୍ର ଜର୍ଜ ଜନ୍‌ସନ୍‌। ତାଙ୍କ ପୁଅ ଜର୍ଜ ମାଆଙ୍କ ଆପେଲ୍‌ ଫୋନ୍‌ରୁ ଅଜାଣତରେ ଗୁଡ଼ାଏ ଆପ୍‌ କ୍ରୟ କରି ତାଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଆପେଲ୍‌କୁ ପୈଠ କରିଛନ୍ତି। ଅଜାଣତରେ ହେଲେ ମଧ୍ୟ ପୈଠ ହୋଇଥିବା ଟଙ୍କା ପୁଣି ଥରେ ଗ୍ରାହକଙ୍କୁ ଫେରସ୍ତ ହୋଇପାରିବାର କୌଣସି ବ୍ୟବସ୍ଥା ଆପେଲ୍‌ ମଧ୍ୟ ରଖିନାହିଁ ବୋଲି ଜାଣିବାକୁ ମିଳିଛି।

ଜର୍ଜ ଜୁଲାଇ ମାସରେ ମାଆଙ୍କ ଆଇ-ପ୍ୟାଡ୍‌ ଧରି ଗେମ୍‌ ଖେଳିବା ସମୟରେ ତାଙ୍କ ସାମ୍ନାରେ ଆସୁଥିବା ବିଜ୍ଞାପନକୁ ସେ ଅଜାଣତରେ କିଣି ଦେଇଥିବା ଜାଣିବାକୁ ମିଳିଛି। ବିଶେଷ କରି ଜୁଲାଇ ୮ ତାରିଖରେ ତାଙ୍କ ଆକାଉଣ୍ଟ୍‌ରୁ ୨୫ ଥର ଟଙ୍କା ଡେବିଟ୍‌(କଟିଛି) ହୋଇଛି। ସେହି ଗୋଟାଏ ଦିନରେ ହିଁ ପାଖାପାଖି ୧.୮ ଲକ୍ଷ ଟଙ୍କା ଡେବିଟ୍‌ ହୋଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ