ଇନ୍ଦୋର: ଡେଙ୍ଗୁକୁ ନେଇ ସରକାର ଚିନ୍ତାରେ ଥିବା ସାମ୍ନାକୁ ଆସିଛି ଆଉ ଏକ ସଙ୍କଟ । କରୋନା ପରେ ଯେଉଁ ବ୍ଲାକ୍ ଫଙ୍ଗସ୍ ହଇଚଇ ସୃଷ୍ଟି କରିଥିଲା, ତାହା ପୁଣି ଫେରୁଥିବାର ଦେଖିବାକୁ ମିଳିଛି । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ବ୍ଲାକ୍ ଫଙ୍ଗସ୍ ଏବେ କରୋନା ନୁହେଁ, ବରଂ ଡେଙ୍ଗୁ ରୋଗୀଙ୍କଠାରେ ଦେଖିବାକୁ ମିଳିଛି । ଏହି ନୂଆ ମାମଲା ଇନ୍ଦୋରରେ ୫୦ ବର୍ଷୀୟ ଆକ୍ରାନ୍ତଙ୍କଠାରେ ଦେଖିବାକୁ ମିଳିଛି । ଧାର ଜିଲ୍ଲାର ଏହି ରୋଗୀ ପ୍ରାୟ ସପ୍ତାହ ପୂର୍ବରୁ ସୁସ୍ଥ ହୋଇଥିଲେ, ଏବେ ତାଙ୍କଠାରେ ମ୍ୟୁକୋରମାଇକୋସିସ ଲକ୍ଷଣ ଦେଖିବାକୁ ମିଳିଛି ।
ତେବେ ଇନ୍ଦୋରରୁ ଏହି ମାମଲା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି । ରୋଗୀ ପ୍ରଥମେ ଡେଙ୍ଗୁ ଓ ପରେ ବ୍ଲାକ୍ ଫଙ୍ଗସରେ ପୀଡିତ ହେଲେ । ବ୍ଲାକ ଫଙ୍ଗସ ଚିହ୍ନଟ ପରେ ସେହି ବ୍ୟକ୍ତିଙ୍କୁ ୧୫ ଅକ୍ଟୋବରରେ ଇନ୍ଦୋର ଚୋଇଥରାମ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାର ଠିକ୍ ସପ୍ତାହେ ପୂର୍ବରୁ ସେ ଡେଙ୍ଗୁକୁ ହରାଇଥିଲେ । ସଂକ୍ରମଣ କାରଣରୁ ତାଙ୍କୁ କ୍ଲିଅର ଦେଖାଯିବାରେ ଅସୁବିଧା ହେଉଛି । କିନ୍ତୁ ସେ ଏବେ ପୂର୍ବ ଅପେକ୍ଷା ସୁସ୍ଥ ହେବାରେ ଲାଗିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।
ସାବଧାନ୍! ଏବେ କରୋନା ନୁହେଁ, ଡେଙ୍ଗୁ ରୋଗୀଙ୍କଠାରେ ଦେଖାଦେଉଛି ବ୍ଲାକ୍ ଫଙ୍ଗସ୍, ଇନ୍ଦୋରରୁ ଚିହ୍ନଟ
argus barungandhi breaking news interview kanak news kholakatha latest news latest orissa news latest update news fues news in odia news today news7 odia news odianews odisha famous people odisha latest odisha latest news odisha political news odisha9 odishakhabar orissa latest orissa political news otv otv live political update politices politics in odisha rahulgandhi soniagandhi speech today news
Previous Articleମୃତ୍ୟୁ ପରେ ବି ଜୀବିତ ରହିବେ କନ୍ନଡ଼ ସୁପରଷ୍ଟାର ପୁନିତ, ବାପାଙ୍କ ଭଳି ପୁନିତଙ୍କ ଚକ୍ଷୁ ଦାନ କଲେ ପରିବାର
Next Article ଦୀପାବଳୀ ପରେ ବିବାହ କରିବେ ରାଜକୁମାର ଓ ପତ୍ରଲେଖା…