ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାପ କାମୁଡାର ୪ମାସ ପରେ ଯୁବକ ମୃତ, ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ

ଜଳେଶ୍ବର ୪।୩: ସାପ କାମୁଡାର ୪ ମାସ ପରେ ଯୁବକ ମୃତ । ସାପ ବିଷ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଇକଡା ଗ୍ରାମର ଜ୍ୟୋତିପ୍ରକାଶ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ମାସରେ ମର୍ନିଂ ୱାକରେ ଯାଉଥିଲା ବେଳେ ଇକଡା ଗ୍ରାମର ତନୁଜ ପ୍ରଧାନଙ୍କର ଏକ ମାତ୍ର ପୁତ୍ର ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଜ୍ୟୋତିପ୍ରକାଶ ଡାକ୍ତରଖାନରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ତେବେ ବୁଧବାର ରାତିରେ ତାଙ୍କର ଦେହ ଅତ୍ୟନ୍ତ ଖରାପ ହେବାରୁ ଘରଲୋକ ତାଙ୍କୁ ଜଳେଶ୍ବର ଡାକ୍ତରଖାନାକୁ ନେଇଆସିଥିଲେ । ଡାକ୍ତରଖାନରେ ଚିକିତ୍ସିତ ଅବସ୍ଥାରେ ରାତି ୧୦ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ମୃତ୍ୟୁ ଖବର ପାଇ ପରିବାରରେ ଶୋକାକୁଳ ପରିବେଶ ଦେଖାଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ