ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ କାମୁଡ଼ାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ଆଉ ଜଣେ ଗୁରୁତର, କଟକ ସ୍ଥାନାନ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିନ୍ତପୁର ଗ୍ରାମରେ ଏକ ଆବାସିକ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ, ଝୁମ୍ପୁରା ବ୍ଲକ୍‌ ନୟାଗଡ଼ ଗ୍ରାମର ପଞ୍ଚମ ଶ୍ରେଣୀ ଛାତ୍ର ରାଜା ନାଏକ (୧୨), ଘଟଗାଁ ବ୍ଲକ୍‌ ବଡ଼ବରବେଡ଼ା ଗ୍ରାମର ତୃତୀୟ ଶ୍ରେଣୀ ଛାତ୍ରୀ ଏଲିନା ନାଏକ (୭) ଓ ବାରିଆ ଥାନା ଅଧୀନ ପଦ୍ମପୁର ଗାଁର ପଞ୍ଚମ ଶ୍ରେଣୀ ଛାତ୍ରୀ ସ୍ନେହାଶ୍ରୀ ନାଏକ (୧୦)। ଗୁରୁତର ଛାତ୍ର ହେଲେ ଆକାଶ ନାଏକ (୧୨)। ଚାରିଦିନ ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟଥର ଏଭଳି ଘଟଣା ଘଟିଛି। ଗତ ୧୯ ତାରିଖରେ କେନ୍ଦୁଝର ଟାଉନ୍‌ ଥାନା ମଣ୍ଡୁଆ ପଞ୍ଚାୟତ ଗୁମୁରା ଗ୍ରାମରେ ଥିବା ମାନସୀ କୋଚିଂ ସେଣ୍ଟର୍‌ର ହଷ୍ଟେଲରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।

ADVERTISEMENT

javascript:false

javascript:false

javascript:false

Ads by

ନିଶ୍ଚିନ୍ତପୁର ଗ୍ରାମ‌ରେ ଥିବା ଏହି ଆବାସିକ କୋଚିଂ ସେଣ୍ଟରରେ ଭଲ ପାଠପଢ଼ା ହୁଏ ବୋଲି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଛାଡ଼ିଥାନ୍ତି। ଏହି ହଷ୍ଟେଲରେ ୧୧୫ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଥିଲେ। ଗତ ରାତିରେ କୋଠରିରେ ସବୁ ପିଲା ଶୋଇଥିଲେ। ଗୋଟିଏ କୋଠରିରେ ଛାତ୍ରମାନେ ଓ ପାଖ କୋଠରିରେ ଛାତ୍ରୀମାନେ ଶୋଇଥିଲେ। ରାତି ପ୍ରାୟ ୨ଟାବେଳେ ଏକ ଚିତିସାପ ପ୍ରଥମେ ଛାତ୍ରମାନେ ଶୋଇଥିବା କୋଠରିରେ ପଶି ରାଜା ଓ ଆକାଶଙ୍କୁ କାମୁଡ଼ିଥିଲା। ପରେ ଛାତ୍ରୀମାନେ ଶୋଇଥିବା କୋଠରିରେ ପଶି ଏଲିନା ଓ ସ୍ନେହାଶ୍ରୀଙ୍କୁ କାମୁଡ଼ିଥିଲା। ରାତି ପ୍ରାୟ ୩ଟା ୧୫ରେ ଏ ସମ୍ପର୍କରେ ଜଣାପଡ଼ିଥିଲା। ଖୋଜାଖୋଜି କରିବାରୁ ସେଠାରେ ସାପଟିକୁ ମଧ୍ୟ ଦେଖିବାକୁ ମିଳିଥିଲା। ଭୋର୍‌ ସମୟରେ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେତେବେଳକୁ ଏଲିନା ଓ ସ୍ନେହାଶ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା। କିଛି ସମୟ ଚିକିତ୍ସା ଭିତରେ ରାଜାଙ୍କ ମୃତ୍ୟୁ ଘଟିଥିଲା। ଆକାଶଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଏହି ଆବାସିକ କୋଚିଂ ସେଣ୍ଟରର ସ୍ବତ୍ବାଧିକାରୀ ହେଉଛନ୍ତି ଖ‌ଗେଶ୍ବର ମହାନ୍ତ। ଶିକ୍ଷକତା କରି ଅବସର ନେବା ପରେ ସେ ପ୍ରାୟ ୧୦ ବର୍ଷ ହେଲା ଏଠାରେ ପିଲାମାନଙ୍କୁ ରଖି ପଢ଼ାଉଥିଲେ। ଦୂରଦୂରାନ୍ତରୁ ଛାତ୍ରଛାତ୍ରୀ ଆସି ଏଠାରେ ରହି ପାଠ ପଢ଼ୁଥିଲେ। ଆଜିର ଘଟଣା ପରେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ହଷ୍ଟେଲରୁ ଘରକୁ ନେଇଯାଇଛନ୍ତି। ଏହି ଘଟଣାରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଚମ୍ପୁଆ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ନାଏକ, ଏବିଇଓ ଗୋବିନ୍ଦ ସାହୁ ଓ ବାରିଆ ଥାନା ଅଧିକାରୀ ଲୋକନାଥ ପ୍ରଧାନ ପ୍ରମୁଖ କୋଚିଂ ସେଣ୍ଟରକୁ ଯାଇ ତଦନ୍ତ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଉକ୍ତ କୋଚିଂ ସେଣ୍ଟରକୁ ଯାଇ ତଦନ୍ତ କରିଛନ୍ତି। ଛାତ୍ରଛାତ୍ରୀମାନେ ହଷ୍ଟେଲରେ ଖଟ ପରିବର୍ତ୍ତେ ଚଟାଣରେ ଶୋଉଥିଲେ। ରାତିରେ ଚିତିସାପ ପଶି ସେମାନଙ୍କୁ କାମୁଡ଼ିଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, ଶିକ୍ଷାନୁଷ୍ଠାନରେ ଥିବା ହଷ୍ଟେଲ, ଆବାସିକ କୋଚିଂ ସେଣ୍ଟର୍‌ ଓ ଏହାର ଛାତ୍ରାବାସଗୁଡ଼ିକର ଭିତ୍ତିଭୂମି ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।