ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ସାପ ପାଇଁ ନାକେଦମ୍ ହେଲେ ଏସ୍ସିବି କର୍ତ୍ତୃପକ୍ଷ। ତଥାପି ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟ ଆସିଲେ। ବିଦ୍ୟୁତ୍ ବିଭାଗ ଓ ଏସି ମେକାନିକ୍ଙ୍କୁ ଡକାଯାଇ ଏସି ଖୋଲାଗଲା। ଘଣ୍ଟାଏ ଧରି ସାପ ପାଇଁ ଚାଲିଲା କସରତ୍। ହେଲେ, କିଛି ବାହାରିଲାନି। କିନ୍ତୁ ରୋଗୀ ଓ ସଂପର୍କୀୟଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ଏସ୍ସିବି କର୍ତ୍ତୃପକ୍ଷ ଖୋଳତାଡ କରିଥିଲେ।
ସୂଚନା ଅନୁସାରେ, ଏସ୍ସିବି ସର୍ଜରି ବିଭାଗ ବ୍ୟାବିନ୍ ନମ୍ବର ୩ରେ ଗୁରୁବାର ଦିନ ପ୍ରାୟ ସାଢେ ୨ଟା ବେଳେ ଅଭିଯୋଗ ଆସିଥିଲା ଯେ, କ୍ୟାବିନ୍ର ଏସି ଭିତରେ ଏକ ସାପ ରହିଛି। କେତେଜଣ ରୋଗୀଙ୍କ ସମ୍ପର୍କୀୟ ଏପରି ସନ୍ଦେହ କରି ଏସ୍ସିବି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ତେଣୁ ତୁରନ୍ତ ସମସ୍ତେ ଲାଗିପଡ଼ିଥିଲେ ସାପକୁ ଖୋଜିବାରେ। ଢେର୍ କିଛି ସମୟ ସମସ୍ତେ ମିଳିମିଶି ଖୋଳତାଡ଼ କରିଥିଲେ ବି କିଛି ମିଳି ନଥିଲା ବୋଲି ହସ୍ପିଟାଲ ମ୍ୟାନେଜର ଦେବାଶିଷ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଏସି ଭିତରେ ହୁଏତ ମୂଷା ଥାଇପାରେ ବୋଲି ସନ୍ଦେହ କରାଯାଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l