ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ସାପ୍ତାହିକ ବଜାରରେ ଲାଗିଲା ମାଓ ପୋଷ୍ଟର, ବ୍ୟାନରରେ ଲେଖା ଅଛି ୬ଟି ଦାବି

ପାଟଣାଗଡ ୧୯/୦୯: ବଲାଙ୍ଗିର ଜିଲ୍ଲାରେ ପୁଣି ମାଓ ବ୍ୟାନର ଦେଖିବାକି ମିଳିଛି । କିଛି ଦିନ ନୀରବତା ପରେ ଆଜିଭୋର ସକାଲୁ ଖପ୍ରାଖୋଲ ବ୍ଲକର ଘୁନସର ସାପ୍ତାହିକ ବଜାରର ପ୍ରାଙ୍ଗଣରେ କିଛି ମାଓ ପୋଷ୍ଟର ଟଙ୍ଗା ହୋଇଥିବା ଯୋଗୁଁ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏହି ବ୍ୟାନରରେ ୬ଗୋଟି ଦାବି ରଖିଛନ୍ତି ।

ମାଓବାଦୀଙ୍କ ୧୯ ତମ ସ୍ଥାପନା ଦିବସକୁ ଗାଁ ଗାଁରେ ଧୁମଧାମରେ ପାଳନ କରନ୍ତୁ । ଶତ୍ରୁର ଆକ୍ରମଣକୁ ପାର୍ଟିକୁ ବଞ୍ଚାଇ ରଖନ୍ତୁ । ପାର୍ଟି ଧକ୍କା ଦେଇ ପୋଲିସକୁ ସୂଚନା ଦେଉଥିବା ଲୋକଙ୍କୁ ପ୍ରଜା କୋର୍ଟରେ ଦଣ୍ଡିତ ଦିଅନ୍ତୁ । ପାର୍ଟି ଆପଣଙ୍କର ଅଟେ, ପୀଡ଼ିତ ଲୋକଙ୍କର ମୁକ୍ତି ପାଇଁ ସଂଘର୍ଷ କରୁଅଛୁ । ଏହି ପାର୍ଟି କୁ ବଞ୍ଚାଇ ରଖିବା ଗରିବ ଲୋକମାନଙ୍କ ଦାୟିତ୍ୱ ଅଟେ ।

ପୋଲିସ ଅର୍ଦ୍ଧ ସୈନିକ ବାହିନୀ ଜମିଦାର ପୁଞ୍ଜିବାଦି ସାମ୍ରାଜ୍ୟବାଦି ସେମିତି ଲୁଣ୍ଠନ ଶ୍ରେଣୀଙ୍କୁ ରକ୍ଷା କରୁଅଛି । ଉଚିତ ଲୋକ ମାନଙ୍କ ଉପରେ ଦମନ ଅତ୍ୟାଚାର କରି ଚାଲୁଛି । ପୋଲିସର ସୂଚନା ଦାତାଙ୍କୁ ଗାଁରୁ ଖେଦି ଦିଅନ୍ତୁ । ମାଓବାଦୀ ପାଟିକୁ ସହଯୋଗ କରନ୍ତୁ । ତଳେ ଉଲ୍ଲେଖ ରହିଛି ବିବିଏମ (ବରଗଡ଼ ବଲାଙ୍ଗିର ମହାସୁମଣ୍ଡ ) ଡିବିଜନ କମିଟି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।