ଅପରାଧ ସ୍ପେଶାଲ ରିପୋର୍ଟ

ସାଧୁ ବେଶରେ ୱାଣ୍ଟେଡ୍ କ୍ରିମିନାଲ୍: ୨୩ ବର୍ଷ ପରେ ଧରିଲା ପୁଲିସ

 ଲମ୍ବା ଦାଢି, ମୁଣ୍ଡରେ ଜଟା, ଦେହରେ ଗେରୁଆ, ପୁରା ଜଣେ ସାଧୁ । ହେଲେ ଏ ସାଧୁ ବେଶ ପଛରେ ଲୁଚିଥିଲା ଜଣେ ୱାଣ୍ଟେଡ୍ ଅପରାଧୀ । ପୁରୁଣା ମାମଲାର ଦାଗିଙ୍କୁ ଖୋଜୁ ଖୋଜୁ ୨୩ ବର୍ଷ ପରେ ଏହି ଅପରାଧୀଙ୍କୁ ମାଡି ବସିଲା ପୁଲିସ । ହେଲେ ସାଧୁବେଶଧାରୀ ଅପରାଧୀକୁ ଧରିବାକୁ ପୁଲିସକୁ ବି ଅନେକ କସରତ୍୍ କରିବାକୁ ପଡିଥିଲା ।

ପୁରା ଘଟଣା କ’ଣ?

ପୁଲିସର ତଥ୍ୟ ମୁତାବକ, ଅପରାଧୀ ଜଣକ ହେଉଛୀ ରାକେଶ ପଣ୍ଡା । ସେ ଓଡିଶାର ଗଞ୍ଜାମ ଜିଲ୍ଲା ବାସିନ୍ଦା । ହେଲେ କାମ ସନ୍ଧାନରେ ସୁରତ ଆସି ସେଠିକାର ଶାନ୍ତିନଗର ସୋସାଇଟିରେ ଭଡାରେ ରହୁଥିଲା । ସେଠାରେ ତାର ପାଖ ଘରେ ରହୁଥିବା ଜଣେ ମହିଳାଙ୍କ ସହ ତାଙ୍କ ସମ୍ପର୍କ ଘନିଷ୍ଠ ହୋଇଥିଲା । ହେଲେ ଶାନ୍ତିଦାସ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ମହିଳାଙ୍କ ଘରକୁ ଅନେକ ସମୟରେ ଯିବା ଆସିବା କରୁଥିଲା । ଏହାକୁ ପସନ୍ଦ କରୁନଥିଲା ରାକେଶ ପଣ୍ଡା । ତେଣୁ ନିଜ ବନ୍ଧୁ ମାନଙ୍କ ସହ ମିଶି ଶାନ୍ତିଦାସକୁ ପ୍ରଥମେ ଅପହରଣ କରିନେଇ ତଣ୍ଟି ଚିପି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନାଳରେ ଭସାଇଦେଇ ଫେରାର ହୋଇଯାଇଥିଲା । ଏହି ଘଟିଥିଲା ୨୦୦୧ ରେ । ଘଟଣାକୁ ୨୩ ବର୍ଷ ହେଲାଣି ।

ହତ୍ୟା ପରେ ହତ୍ୟାକାରୀ ରାକେଶ ମଥୁରା ପଳାଇଥିଲା । ସେଠାରେ ବେଶ ବଦଳାଇ ଏକ ଆଶ୍ରମରେ ସାଧୁ ଭାବେ ରହିଆସୁଥିଲା । ହେଲେ ଏହା ମଧ୍ୟରେ ପୁରୁଣା ଅପରାଧର ଫାଇଲ ଖୋଲିଥିଲା ପୁଲିସ । ସବୁ ଅପରାଧୀଙ୍କ ତାଲିକା ବନାଇ ସେମାନଙ୍କୁ ଗିରଫ କରିବାକୁ ଅଭିଯାନ ଆରମ୍ଭ କରିଥିଲା । ଏହା ଭିତରେ ଥିଲା ରାକେଶ ପଣ୍ଡାର ନାଁ । ସେମାନଙ୍କୁ ଧରିବାକୁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା । ରାକେଶ ଉପରେ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ରାକେଶକୁ ଧରିବାକୁ ପୁଲିସକୁ ବି ଭାରି କସରତ୍ କରିବାକୁ ପଡିଛି । ଛଦ୍ମ ବେଶ ଧରିଥିବା ରାକେଶକୁ ଧରିବାକୁ ପୁଲିସକୁ ବି କେବେ ସାଧୁ କେବେ ଶ୍ରଦ୍ଧାଳୁଙ୍କ ବେଶ ଧରିବାକୁ ପଡିଛି । ଶେଷରେ ପୁଲିସ ହାତରେ ଧରାପଡିଛି ହତ୍ୟାକାରି ରାକେଶ ପଣ୍ଡା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

“ମୋ ଧାମ ମୋ ଗର୍ବ” ସ୍ୱଛତା ସଚେତନତା କାର୍ଯ୍ୟରେ ପୁରୀରୁ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତ
ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଗଲା ଉଡ଼ନ୍ତା କାର ! ମାତ୍ର ୩ ମିନିଟରେ ହେଉଛି ଜାହାଜରେ ପରିଣତ

ନୂଆଦିଲ୍ଲୀ: ଉଡ଼ନ୍ତା କାର ଆମେ ପ୍ରଥମେ ୨୦୫୦ ଚଳଚିତ୍ରେ ଦେଖିଥିବା । ତାହା ପୁଣି ପୁରା କାଳ୍ପନିକ । ସେହି ଫିଲ୍ମରେ ଏହା ଦର୍ଶାଯାଇଥିଲାଯେ ଆମ ବିଶ୍ୱ