ରାଜ୍ୟ

ସାଧାରଣ ନିର୍ବାଚନ ପୂର୍ବରୁ ନେତାଙ୍କୁ ଏବେ ବସ୍ତି ବିକାଶ ଚିନ୍ତା

ରାଉରକେଲା: ଆଗକୁ ସାଧାରଣ ନିର୍ବାଚନ। ନେତାଙ୍କୁ ଘାରିଛି ବସ୍ତି ବିକାଶ ଚିନ୍ତା। ବର୍ଷ ବର୍ଷ ଧରି ପାଦ ପଡୁ ନଥିବା ବସ୍ତିଗୁଡ଼ିକୁ ଏବେ ରାଜନୈତିକ ଦଳ ନେତାଙ୍କ ସୁଅ ଛୁଟିଛି। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଚାଲୁଛି ବିଭିନ୍ନ କାର୍ଯ୍ୟକ୍ରମ। ନାନାଦି ସମସ୍ୟାକୁ ନେଇ ହଇରାଣ ହରକତ ବସ୍ତିବାସିନ୍ଦାଙ୍କୁ ରାଜନୈତିକ ଦଳର ନେତାମାନେ ଏବେ ବିକାଶର ସ୍ବପ୍ନ ଦେଖାଉଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି। ପାନପୋଷରୁ ଓରାମପଡ଼ା, ପ୍ରଧାନପାଲୀରୁ ଫର୍ଟିଲାଇଜର ଓ ନବକୃଷ୍ଣନଗର ପର୍ଯ୍ୟନ୍ତ ବସ୍ତିରେ ଜାରି ରହିଛି ବିଭିନ୍ନ କାର୍ଯ୍ୟକ୍ରମ। ବସ୍ତିବାସିନ୍ଦାଙ୍କୁ ନିଜ ନିଜ ଦଳର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବୁଝାଉଛନ୍ତି। ଏସବୁ ଭିତରେ ଆର୍‌ଏମ୍‌ସି ଓ ଆର୍‌ଏସ୍‌ପି ଏରିଆରେ ବସ୍ତିର ବିକାଶ ଯେତିକି ହେବା କଥା, ତା’ ହୋଇନି।

ଆର୍‌ଏମ୍‌ସିରେ ଜନ ପ୍ରତିନିଧି ନଥିବାରୁ ବସ୍ତିବାସିନ୍ଦା ସେମାନଙ୍କ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ଏଥି ମଧ୍ୟରୁ କିଛି ସମସ୍ୟାର ସମାଧାନ ହେଉଛି। ଅନେକ ସମସ୍ୟା ବର୍ଷ ବର୍ଷ ଧରି ସେମିତି ରହିଯାଉଛି। ସ୍ବାସ୍ଥ୍ୟ, ପରିମଳ, ରାସ୍ତାଘାଟ,ପରିବେଶ ସୁରକ୍ଷା, ଆଲୋକୀକରଣ ସହ ଅନ୍ୟାନ୍ୟ କାମ କଚ୍ଛପ ଗତିରେ ଚାଲିଛି। କେବଳ ଏତିକି ନୁହେଁ ୱାର୍ଡ ଗଠନ ହୋଇପାରୁ ନଥିବାରୁ ନିଜ ନିଜ ଅଞ୍ଚଳର ସମସ୍ୟା ପାଇଁ ବସ୍ତିବାସିନ୍ଦା ବାରମ୍ବାର ଆର୍‌ଏମ୍‌ସି କାର୍ଯ୍ୟାଳୟକୁ ଦୌଡିବାକୁ ବାଧ୍ୟ ହେଉଛନ୍ତି। ଏହା ସତ୍ବେ ଦାୟିତ୍ବରେ ଥିବା ଅଧିକାରୀମାନେ ବସ୍ତିର ସମସ୍ୟାକୁ ଯେତିକି ଗୁରୁତ୍ବ ଦେବା କଥା, ତା’ ହେଉ ନଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି। ଆର୍‌ଏମ୍‌ସିର ଅନେକ କାର୍ଯ୍ୟରେ ଦୁର୍ନୀତି ଓ ବସ୍ତିର ବିକାଶର କଚ୍ଛପଗତିକୁ ନେଇ କଂଗ୍ରେସ, ବିଜେପି ଓ ଅନ୍ୟ ଦଳ ଅନେକବାର ଆର୍‌ଏମ୍‌ସି ଅଫିସ୍‌ ଘେରାଉ କରିଛନ୍ତି। ଧାରଣା ଦେଇଛନ୍ତି। ହେଲେ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଜାଗା ମିଶନ, ମୁକ୍ତା, ସ୍ବଚ୍ଛ ଭାରତ ମିଶନ ଯୋଜନାରେ ମିଳୁଥିବା କୋଟି କୋଟି ଟଙ୍କା ଏସ୍‌ଏଚ୍‌ଜି ଗ୍ରୁପ ଜରିଆରେ ବାଣ୍ଟି ଦିଆଯାଉଛି। ହେଲେ କାମର ନାଁ ଗନ୍ଧ ନାହିଁ।

ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ପ୍ରତ୍ୟେକ ‘ଲୁ’ ନିର୍ମାଣ ବାବଦରେ ୨ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହେଲା। ସହରର ବିଭିନ୍ନ ସ୍ଥାନ ଓ ପ୍ରମୁଖ ଛକରେ ୨୦୦ ‘ଲୁ’ ନିର୍ମାଣ ହେଲା। ଏଥିରୁ ପ୍ରାୟ ଅଧିକାଂଶ ‘ଲୁ’ ଲୋକଙ୍କ କାମରେ ଆସୁନି। ଏବେ ବି କିଛି ସ୍ଥାନରେ ଅଧା ନିର୍ମାଣ ହୋଇପଡ଼ିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ପୂର୍ବତନ ବିଧାୟକ ଦିଲୀପ ରାୟ ଆର୍‌ଏମ୍‌ସି ନିର୍ବାଚନ ହେଉ ନଥିବାରୁ ବସ୍ତିର ବିକାଶ ଯେମିତି ହେବା କଥା ‌ହୋଇପାରୁନି। ବିକାଶମୂଳକ କାମ ଠିକ୍‌ ହେଉଛି କି ନାହିଁ ପ୍ରତିବାଦ କରିବାକୁ କୌଣସି ଜନ ପ୍ରତିନିଧି ନାହାନ୍ତି।

ରାଉରକେଲା ବିକାଶ ହେବାକୁ ହେଲେ ଆର୍‌ଏମ୍‌ସି ନିର୍ବାଚନ ତୁରନ୍ତ ହେବା ଦରକାର। ନ ହେଲେ ସହରରେ ଯେତିକି ବିକାଶମୂଳକ କାମ, ତା’ର ସ୍ଥାୟିତ୍ବକୁ ନେଇ ସର୍ବଦା ପ୍ରଶ୍ନ ଉଠୁଥିବ। ବିଜେପିର ବରିଷ୍ଠ ନେତା ନିହାର ରାୟ, କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିରେନ ସେନାପତି ସେହି ସମାନ କଥା କହିଛନ୍ତି। ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨୦୧୯ ମସିହାରେ ସମୁଦାୟ ୧,୭୪,୮୧୭ ଭୋଟର ତାଲିକା ଭୁକ୍ତ ହୋଇଥିବା ବେଳେ ୨୦୨୪ ଚୂଡାନ୍ତ ତାଲିକାରେ ସମୁଦାୟ ୧,୭୯, ୪୮୦ ଭୋଟର ଅଛନ୍ତି। ସେହିପରି ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ୨୦୧୯ ମସିହାରେ ସମୁଦାୟ ୨,୦୦,୮୮୭ ଭୋଟର ତାଲିକା ଭୁକ୍ତ ହୋଇଥିବାବେଳେ ସଂଶୋଧିତ କାର୍ଯ୍ୟକ୍ରମ ପରେ ଚୂଡାନ୍ତ ତାଲିକାରେ ସମୁଦାୟ ୨,୦୯,୭୧୦ ଭୋଟର ଅଛନ୍ତି। ଯେତିକି ଭୋଟର ଅଛନ୍ତି, ତା’ର ପ୍ରାୟ ୬୦% ଭୋଟ‌ର ‌ହେଉଛନ୍ତି ବସ୍ତିର। ନେତାଙ୍କ ଭାଗ୍ୟ ବସ୍ତି ଭୋଟର ଉପରେ ହିଁ ନିର୍ଭର କରିଥାଏ। ଏଥିପାଇଁ ତିନି ପ୍ରମୁଖ ଦଳର ନେତା ଏବେ ବସ୍ତି ମୁହାଁ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।