ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

ଭୁବନେଶ୍ବର : ମେ ୨୦୨୪ରେ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଏହା ପୂର୍ବରୁ ଯେକୌଣସି ମୁହୂର୍ତ୍ତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହାକୁ ନଜରରେ ରଖି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ କମିସନ ଚିଠି ଲେଖିଛନ୍ତି। ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ଅଧିକାରୀଙ୍କ ତାଲିକା ମାଗିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ପାଇବା ପରେ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜିଲ୍ଲାରେ କେଉଁ ଅଧିକାରୀ (ଓଆର୍‌ଏସ୍‌/ଓଏଏସ୍‌ (ଏସ୍‌ବି/ଜିବି ପାହ୍ୟାର ଅଧିକାରୀ) ନିଜ ଘରୋଇ ଜିଲ୍ଲାରେ ଅଛନ୍ତି, କିଏ ୨୯ ମେ’ ୨୦୨୩ ସୁଦ୍ଧା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି ଏବଂ କେଉଁମାନେ ୩୧ମେ ୨୦୨୪ ସୁଦ୍ଧା ଉକ୍ତ ସ୍ଥାନରେ ତିନିବର୍ଷ ପୂରଣ କରିବେ ସେମାନଙ୍କ ତାଲିକା ମାଗିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଯେପରି ଅଧିକ ଅଦଳବଦଳ ନହେବ ତାହାକୁ ନଜରରେ ରଖି ଏବେଠାରୁ ବଦଳି ପ୍ରକ୍ରିୟା ଆରମ୍ଭ କରାଯାଉ। ଏହାଦ୍ବାରା ନିର୍ବାଚନ ପ୍ରକ୍ରିୟା ସୂଚାରୁ ରୂପେ ପରିଚାଳନା ହେବା ସହ ଅଧିକାରୀମାନଙ୍କ ପାଇଁ ନିର୍ବାଚନ ପରିଚାଳନା ସହଜ ହେବ। ସେହିପରି ଏବେ ସରକାରୀ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏବେ ବଦଳି ହେଲେ ସେମାନଙ୍କ ପାଇଁ କାର୍ଯ୍ୟ କରିବା ସହଜ ହେବା ସହ ସେମାନଙ୍କ ପିଲାଙ୍କ ପାଠପଢ଼ାରେ ବିଶେଷ ଅସୁବିଧା ହେବନି।

ଏହି ବଦଳି ପ୍ରକ୍ରିୟାରେ ଖୁବ୍‌ ଶୀଘ୍ର ଜିଲ୍ଲାପାଳ, ଏଡିଏମ୍‌, ଡେପୁଟି କଲେକ୍ଟର, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ସହକାରୀ ଜିଲ୍ଲାପାଳ, ପୁଲିସ ଆଇଜି, ଡିଆଇଜି, ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀର କମାଣ୍ଡାଣ୍ଟ, ଏଏସ୍‌ପି, ଏସ୍‌ପି, ଏସ୍‌ଡିପିଓ, ଇନ୍ସପେକ୍ଟର, ସବ୍‌ଇନ୍ସପେକ୍ଟର, ସର୍ଜେଣ୍ଟ ମେଜର୍‌ଙ୍କ ସମେତ ଅନ୍ୟ ଯେଉଁମାନେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ହେବେ ସେହି ଅଧିକାରୀଙ୍କ ବଦଳି କରିବାକୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।