ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଅନୁଗୁଳ : ଗଲାବର୍ଷ ଡିସେମ୍ବର ମାସରେ ସାତକୋଶିଆ ଅଭୟାରଣ୍ୟରୁ ବାଘ ହତ୍ୟା ଘଟଣାକୁ ଠଉରାଇଥିଲେ ସାତକୋଶିଆ କର୍ତୃପକ୍ଷ। ଦୀର୍ଘ ପ୍ରାୟ ଦେଢ଼ ବର୍ଷ ପରେ ଏ ଘଟଣା ସାମ୍ନାକୁ ଆଣିଥିବାରୁ ବନ ବିଭାଗ ସେତେବେଳେ ବେଶ୍ ବାଃ ବାଃ ସାଉଁଟିଥିଲା। ଘଟଣାକୁ ଇତିମଧ୍ୟରେ ପ୍ରାୟ ଦେଢ଼ ମାସ ହୋଇଗଲାଣି। କିନ୍ତୁ, ବାଘ ହତ୍ୟା ଘଟଣାର ମୁଖ୍ୟ କାର୍ପଟ୍ଦାର ଏଯାବତ୍ ବନ୍ଧା ହୋଇନାହିଁ। କେବଳ ସେତିକି ନୁହେଁ, ବାଘର ମୂଲ୍ୟବାନ ଚମଡ଼ାକୁ ବି ସାତକୋଶିଆ କର୍ତୃପକ୍ଷ ଏଯାବତ୍ ଖୋଜି ବାହାର କରି ନ ଥିବା ବେଳେ ଆନ୍ଧ୍ରକୁ ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ପାଖରେ ବି ବନ ବିଭାଗ ପହଞ୍ଚି ପାରିନାହିଁ। ଏଥିରୁ ବନ୍ୟଜନ୍ତୁ ଅପରାଧ ଘଟଣାରେ ବନ ବିଭାଗ କେତେ ସମ୍ବେଦନଶୀଳ, ବନ୍ୟଜନ୍ତୁ ମାମଲାର ତଦନ୍ତ କେତେ ଗତିଶୀଳ ତାହା ଦର୍ଶାଇ ଦେଉଛି।
୨୦୨୧ ମସିହା ଜୁଲାଇ ୧ତାରିଖ ଦିନ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ୍ କୁମୁରୀ ଗାଁରେ କଲରାପତରିଆ ବାଘକୁ ଶିକାର କରାଯାଇଥିଲା। କୁମୁରୀ ଗାଁର ଦୁଇ ପ୍ରମୋଦ ବିଶ୍ବାଳ ଏବଂ ତାର ପୁଅ ପୁପୁନ୍ ବିଶ୍ବାଳ ଏ କାରନାମା କରିଥିଲେ। ବାଘକୁ ଫାଶରେ ପକାଇ ହତ୍ୟା କରିବା ପରେ ତାର ଚମଡ଼ା ଉତାରି ଘରକୁ ଆଣିଥିଲେ। ପରେ ଚମଡ଼ାକୁ ଅନୁଗୁଳରେ ପାଠ ପଢ଼ୁଥିବା ଜଣେ ଯୁବକ ସହିତ ଡିଲ୍ କରି ବିକ୍ରି କରିଥିଲେ। ବାଘକୁ ମାରିବାଠାରୁ ଚମଡ଼ା ବିକ୍ରି କରିବା ଯାଏ ପୂରା ଘଟଣାରେ ମୋଟ୍ ଚାରି ଜଣଙ୍କ ସମ୍ପୃକ୍ତି ଥିବା ବେଳେ ସାତକୋଶିଆ କର୍ତୃପକ୍ଷ କେବଳ ଅଭିଯୁକ୍ତ ପୁଅ ପୁପୁନ୍କୁ ଗିରଫ କରିଥିଲା। ତା’ର ବାପା ସହିତ ଅନ୍ୟ ତିନି ଜଣ ଅଭିଯୁକ୍ତ କୁଆଡ଼େ ଫେରାର୍ ହୋଇଯାଇଥିଲେ ବୋଲି ବନ ବିଭାଗ ସେତେବେଳେ ସଫେଇ ଦେଇଥିଲା।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାଘ ଚମଡ଼ାକୁ ବିକ୍ରି କରିବାକୁ ନେଇଥିବା ଯୁବକ ଜଣ ଅନୁଗୁଳ ସହରରେ ଏକ କମ୍ପ୍ୟୁଟର ଇନ୍ଷ୍ଟିଚ୍ୟୁଟରେ ପାଠ ପଢ଼ୁଥିଲା। ଘଟଣା ପରଠାରୁ ଏ ମୁଖ୍ୟ ଅଭିଯୁକ୍ତ କେଉଁ ଆଡ଼େ ଫେରାର୍ ହୋଇଯାଇଛି। ବିଭାଗୀୟ ତଦନ୍ତ ବେଳେ ଯୁବକ ଜଣକ ଆନ୍ଧ୍ରର ଏକ ସହର ଆଡ଼କୁ ପଳାଇଥିବା ଜଣାପଡ଼ିଥିଲା। କିନ୍ତୁ, ସେବେଠାରୁ ଅଭିଯୁକ୍ତ ଯୁବକର କୌଣସି ପତ୍ତା ମିଳି ନଥିବା ବେଳେ ବାଘ ଚମଡ଼ା କୁଆଡ଼େ ଗଲା ତାହା ବି ଜଣାନାହିଁ। ମାତ୍ର ଜଣେ ଅଭିଯୁକ୍ତକୁ ଗିରଫ କରିବା ପରେ ବନ ବିଭାଗର ତଦନ୍ତ ପୂରା ଶିଥିଳ ହୋଇଛି ବୋଲି ଅଭିଯୋଗ ହେଉଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l