ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାଉଦୀ ଆରବରେ କରୋନା ବିସ୍ଫୋରଣ, ଭାରତ ସମେତ ୧୬ଟି ଦେଶ ଭ୍ରମଣ ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ ୨୩/୦୫ : ସାଉଦି ଆରବରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ନିଜର ନାଗରିକଙ୍କ ଉପରେ ୧୬ ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ଦେଶଗୁଡିକ ମଧ୍ୟରେ ଭାରତ ମଧ୍ୟ ରହିଛି । ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଦେଶରେ ମଙ୍କିପକ୍ସର କୌଣସି ମାମଲା ମିଳିନାହିଁ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ ମଙ୍କିପକ୍ସର ମାମଲା ଚିହ୍ନଟ କରିବା ଏବଂ ଯଦି କୌଣସି ମାମଲା ମିଳେ ତେବେ ଏହି ସଂକ୍ରମଣ ସହ ମୁକାବିଲା କରିବାର କ୍ଷମତା ରହିଛି । ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଆସିରି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷଙ୍କ ମଧ୍ୟରେ ମାଙ୍କିପକ୍ସ ସଂକ୍ରମଣର ମାମଲା ବହୁତ ସୀମିତ ରହିଛି । ଏଥିରୁ କୌଣସି ବିସ୍ଫୋରଣର ସମ୍ଭାବନା ବହୁତ କମ୍ ରହିଛି ।

ଏପରିକି ଯେଉଁ ଦେଶରେ ମାମଲା ଚିହ୍ନଟ ହୋଇଛି । WHO ଏପର୍ଯ୍ୟନ୍ତ ୧୧ଟି ଦେଶରେ ୮୦ ଟି ମଙ୍କିପକ୍ସର ମାମଲା ନିଶ୍ଚିତ କରିଛି । ସଂକ୍ରମଣ ବିସ୍ତାରର କାରଣ ଖୋଜିବାକୁ ଚେଷ୍ଟା ଜାରି ରହିଛି ବୋଲି WHO କହିଛି । ଶନିବାର ସାଉଦି ଆରବରେ ୪୧୪ଟି ନୂଆ କରୋନା ଭାଇରସ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୭୬୩୫୭୫ଟି କରୋନା କେସ୍ ସାମ୍ନାକୁ ଆସିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ