ଖେଳ

ସାଉଥମ୍ପଟନ୍‌ରେ ଝଲକ ଛାଡ଼ିଲେ ଅନୁଷ୍କା

ଲଣ୍ଡନ: ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଏବଂ ଘରୋଇ ଦଳ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ଖେଳିବା ଲାଗି ସଂପ୍ରତି ଭାରତୀୟ ଦଳ ଇଂଲଣ୍ଡରେ ରହିଛି। ଭାରତୀୟ ଅଧିନାୟକ ବିରାଟ କେହଲିଙ୍କ ସହ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟରେ ସେଠାରେ ଅଛନ୍ତି। ବୁଧବାର ‌ଅନୁଷ୍କା ନିଜ ପ୍ରଶଂସକଙ୍କ ପାଇଁ ଇନ୍‌ଷ୍ଟାଗ୍ରାମରେ ସାଉଥାମ୍ପଟନ୍‌ ମୌସମର ଏକ ଭିଡିଓ ଛାଡ଼ିଛନ୍ତି। ଏହି ସୁନ୍ଦର ଭିଡିଓ‌ରେ ମେଘୁଆ ପାଗର ଇମୋଜି ସହ ଶିରୋନାମାରେ ‌ଲେଖିଛନ୍ତି ‌ଯେ ‘‘ଏହି ପରି ଇଂଲିସ ଗ୍ରୀଷ୍ମ’’। ‌

ଚଳିତ ମାସ ୩ ତାରିଖରେ ଅନ୍ୟ ଭାରତୀୟ ଖେଳାଳିଙ୍କ ସହ ଅନୁଷ୍କା ଓ ବିରାଟ ମୁମ୍ବାଇରୁ ଇଂଲଣ୍ଡ ଗସ୍ତ କରିଥିଲେ। ଶନିବାର ଅନୁଷ୍କା ଏଜେସ୍‌ବାଉଲ୍‌ ଷ୍ଟାଡିୟମରେ ଥିବା ବେଳର ନିଜର ଫଟୋ ପୋଷ୍ଟ କରିଥିଲେ। ଯାହା ସାମାଜିକ ଗଣମାଧ୍ୟମରେ କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ମ୍ୟାଚ୍‌ ଭେନ୍ୟୁରେ ପହଞ୍ଚିବା ପରେ ଭାରତୀୟ ଅଧିନାୟକ କୋହଲି ପଡ଼ିଆ ସହ ନିଜର ଫଟୋ ବି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥି‌ଲେ। ସୂଚନାଯୋଗ୍ୟ ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଫାଇନାଲ୍‌‌ ସାଉଥାମ୍ପଟନରେ ଆସନ୍ତା ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ଗୋଟିଏ ରିଜର୍ଭ ଡେ ରହିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ