ଅପରାଧ ରାଜ୍ୟ

ସାଇବର ଠକେଇ, ଓଟିପି ପଠାଇ ଖାଲି କରିଦେଲେ ଆକାଉଣ୍ଟ

ଜୟପୁର ୧୪।୦୭: ସାଇବର ଠକାମୀର ଶିକାର ହେଲେ କୋରାପୁଟ ଜିଲ୍ଲାର ଜଣେ ବ୍ୟକ୍ତି। ତାଙ୍କ ଆକାଉଣ୍ଟରୁ ଚଂଚକତା କରି ଦୁର୍ବୃତ୍ତମାନେ ୧ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ବୈପାରୀଗୁଡା ଥାନାରେ ଅଭିଯୋଗ ହୋଇଛି। ଅନ୍ ଲାଇନରେ ଓଟିପି ପଠାଇ ଆକାଉଣ୍ଟ ଖାଲି କରିଦେଇଛନ୍ତି ଏହି ସାଇବର ଠକମାନେ।

ଅଭିଯୋଗ ଅନୁସାରେ, ବୈପାରୀଗୁଡା ବ୍ଳକ କୋଲର ପଞ୍ଚାୟତର ପୂର୍ଣ୍ଣ ଗାଦବାଙ୍କ IOB ବ୍ୟାଙ୍କରେ ସେଭିଙ୍ଗ୍ ଆକାଉଣ୍ଟ ଥିବା ବେଳେ ତାଙ୍କ ମୋବାଇଲକୁ ଏହି ମାସ ୨ ତାରିଖ ଦିନ ଏକ ଅଜଣା ନମ୍ବରରୁ ଓଟିପି ଆସିଥିଲା। ଆଉ ତା ପରେ ସେହି ଓଟିପି ନମ୍ବର ଦୁର୍ବୃତ୍ତ ମାନେ ମାଗି ନେଇ ପର୍ଯ୍ୟାୟ କ୍ରମେ ୧୦ ଦିନ ମଧ୍ୟରେ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଠକାମୀର ଶିକାର ହୋଇଥିବା ପୁର୍ଣ୍ଣ ଜାଣିବା ପରେ ଏ ନେଇ ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସାଇବର ଠକାମୀ ହୋଇଥିବାରୁ ମାମଲା ରୁଜୁ କରି ବୈପାରୀଗୁଡା ପୋଲିସ ଏହାର ତଦନ୍ତ କୋରାପୁଟ ସାଇବର ସେଲକୁ ପଠାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।