କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସାଂସ୍କୃତିକ ଓ ସାହିତ୍ୟିକ କାର୍ଯ୍ୟକ୍ରମ ‘ଜୁଗାର୍‌’ ଉଦ୍‌ଘାଟିତ

ଝାରସୁଗୁଡ଼ା: ବହୁ ପ୍ରତିକ୍ଷୀତ ‘ସମ୍ବାଦ’ ପଶ୍ଚିମ ଓଡ଼ିଶା ସଂସ୍କରଣର ବାର୍ଷିକ କାର୍ଯ୍ୟକ୍ରମ ‘ଜୁଗାର୍‌’ ଝାରସୁଗୁଡ଼ାରେ ଉଦଘାଟିତ ହୋଇଯାଇଛି। ଜୁଗାର୍‌ କାର୍ଯ୍ୟକ୍ରମକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦ୍‌ଘାଟନ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ଏକ ଭବ୍ୟ ସାଂ ସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ଜୁଗାର୍‌ ( ବଡ଼ ଆକାରର ଖଇମୁହାଁ) ସଭାସ୍ଥଳକୁ ଆସିଥିଲା। ସଭାସ୍ଥଳରେ ମା’ ସମଲ୍ବେରୀ ଓ ଝାରସୁଗୁଡ଼ାର ବାବା ଝାଡେଶ୍ବରଙ୍କୁ ପୂଜାର୍ଚ୍ଚନା କରାଯାଇ ଜୁଗାରଙ୍କୁ ତାଙ୍କ ନିକଟରେ ଉତ୍ସର୍ଗ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପ୍ରାୟ ୪ ଘଣ୍ଟା ଧରି ଜାରି ରହିବ।

ସୂଚନାଯୋଗ୍ୟ, ‘ସମ୍ବାଦ’ ସମ୍ବଲପୁର ସଂସ୍କରଣ ତରଫରୁ ସମ୍ବଲପୁରୀ, କୋଶଳୀ ପ୍ରତିକା ‘ଜୁଗାର୍‌’ର ବାର୍ଷିକ ସଂଖ୍ୟା ଉନ୍ମୋଚନ ଅବସରରେ ଭବ୍ୟ କାର୍ଯ୍ୟକ୍ରମ ଆୟାଜନ କରାଯାଇଛି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ ଅତିଥି ଅଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି