ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଂସଦଙ୍କ ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌

ବଲାଙ୍ଗୀର : କିଛିଦିନ ତଳର ଏକ ଦୁର୍ଘଟଣା ମାମଲାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ନେଇ ବିବାଦ ବଢ଼ିଛି। ସାଂସଦଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୁତ୍ୟୁ ହୋଇଥିଲା। ସାଂସଦ କହିଥିଲେ, ସେ ଉକ୍ତ ଗାଡ଼ିରେ ନଥିଲେ। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ପ୍ରତ୍ୟକ୍ଷଦର୍ଶୀ ଘଟଣା ସମୟର ଟିକିନିଖି ସୂଚନା ଦେଇଥିଲେ। ଆଉ ଏବେ ସିସିଟିଭି ଫୁଟେଜ ବି ସାମ୍ନାକୁ ଆସିଛି।

ଦୁର୍ଘଟଣା ପରେ ସାଂସଦ ଶ୍ରୀ ବିଶି ଗଣମାଧ୍ୟମକୁ କହିଥିଲେ, ଦୁର୍ଘଟଣା ସମୟରେ ସେ କାର୍‌ ଭିତରେ ନଥିଲେ। ତାଙ୍କ ଗାଡ଼ିକୁ ଚାଳକ ନେଇଯାଉଥିଲା। ମୃତ ଯୁବକ ତାଙ୍କ ଦୂରସଂପର୍କୀୟ ବୋଲି ସେ କହିଥିଲେ। ହେଲେ ଏପଟେ ପ୍ରତ୍ୟକ୍ଷଦର୍ଶୀ ପ୍ରମୋଦ ବେହେରା ଅନ୍ୟ କଥା ବଖାଣିଛନ୍ତି। ଦୁର୍ଘଟଣାଗ୍ରସ୍ତ ଇନୋଭା କାର୍‌ ଭିତରୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବାହାରି ପ୍ରମୋଦଙ୍କୁ ଲରମ୍ଭା ଥାନାରେ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ। ବାଇକ୍‌ରେ ବସିବା ପରେ ତାଙ୍କୁ ପାଟଣାଗଡ଼ ବାସଭବନରେ ଛାଡ଼ିଦେବାକୁ କହିଥିଲେ ବୋଲି ପ୍ରମୋଦ ସୂଚନା ଦେଇଛନ୍ତି। ଏହାସହ ସେ ଛାଡ଼ିଯିବା ସମୟର ସିସିଟିଭି ଫୁଟେଜ ଓ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସ୍ପଷ୍ଟ ଜଣାପଡୁ ନଥିଲେ ବି ବାଇକ୍‌ ପଛପଟେ ସାଂସଦ ହିଁ ବସିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଓ ସାମାଜିକ କର୍ମୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମେ ୨୪ ତାରିଖ ପାଟଣାଗଡ଼ରୁ ତମିଆ ଛକ ଦେଇ ସାଂସଦ ନିରଞ୍ଜନଙ୍କ ଇନୋଭା ଗାଡ଼ି ତାଙ୍କ ନିଜ୍ ଗାଁ ପଟକୁ ଯାଉଥିଲା। ତମିଆ ଛକ ନିକଟରେ ଇନପୁର ଗାରଁ ଟଙ୍କଧର ବିଶ୍ୱାଳ ସ୍କୁଟିରେ ବସିଥିଲେ। ସାମ୍ନାସାମ୍ନି ସାଂସଦଙ୍କ ଗାଡ଼ି ଧକ୍କା ଦେଇ ରାସ୍ତା କଡ଼ର ଜମି ଭିତରକୁ ସ୍କୁଟିରେ ଥିବା ଟଙ୍କଧରଙ୍କୁ ଘୋଷାଡ଼ି ନେଇଥିଲା। ରାସ୍ତାକଡ଼ରେ ଟଙ୍କଧର ଗୁରୁତର ଅବସ୍ଥାରେ ଛଟପଟ ହେଉଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସେ ସମୟରେ ଗାଡ଼ି ଭିତରୁ ସାଂସଦ ବାହାରି ଖସିଗଲେ। କିଛି ସମୟ ପରେ ଡ୍ରାଇଭର ଓ ପିଏସ୍‌ଓ ବି ଗାଡ଼ି ଧରି ଫେରାର ମାରିଥିଲେ।

ଯଦି ପ୍ରମୋଦ ଓ ଅନ୍ୟ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସତ୍ୟ ହୋଇଥାଏ, ଏଠି ପ୍ରଶ୍ନ ଉଠୁଛି, ଜଣେ ସାଂସଦ ହୋଇ ଗୁରୁତର ଯୁବକଙ୍କୁ କାହିଁକି ଡାକ୍ତରଖାନାକୁ ନେଇନଥିଲେ? ଯଦି ଫେରାର୍‌ ହେଲେ ତାଙ୍କ ନାଁରେ କାହିଁକି ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ରୁଜୁ ହେଲା ନାହିଁ? ମାମଲା ରଫାଦଫା କରିଥିବାରୁ ପୁଲିସ ଓ ପ୍ରଶାସନକୁ ଦାୟୀ କରି ଏବେ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ସାମାଜିକ ଅନୁଷ୍ଠାନ ବି ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବାକୁ ଦାବି କରୁଛନ୍ତି। ସାଂସଦ ହୋଇଥିବାରୁ ଘଟଣାକୁ ନେଇ ପ୍ରଶାସନ କି ପୁଲିସ ମାମଲାରେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଫଟୋ ସଂପର୍କରେ ସାଂସଦ ଶ୍ରୀ ବିଶିଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଉ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।