ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାଂଘାଇରେ ସାଂଘାତିକ ସ୍ଥିତି: ୭୦% ସଂକ୍ରମିତ

ନୂଆଦିଲ୍ଲୀ: ଚୀନ୍‌ରେ କରୋନା ସଂକ୍ରମଣ ଅତି ଭୟଙ୍କର ଭାବେ ମାଡ଼ି ଚାଲିଛି। ଚୀନ୍‌ ସରକାର ଏନେଇ କୌଣସି ତଥ୍ୟ ଦେଉନାହାନ୍ତି। କିନ୍ତୁ ଚୀନ୍‌ର ଶୀର୍ଷ ଡାକ୍ତରମାନେ ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ଦେଇଥିବା ସୂଚନା ଅନୁଯାୟୀ ସାଂଘାଇରେ ସାଂଘାତିକ ସ୍ଥିତି ଉପୁଜିଛି। ସାଂଘାଇର ଏକ ଶୀର୍ଷ ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ସାଂଘାଇ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ କ‌ରୋନା ସଂକ୍ରମିତ ହୋଇ ସାରିଛନ୍ତି। ସାଂଘାଇ କୋଭିଡ୍‌ ବିଶେଷଜ୍ଞ ଉପଦେଷ୍ଟା କମିଟିର ସଦସ୍ୟ ଏବଂ ରୁଜିନ ହସ୍ପିଟାଲର ଉପସଭାପତି ଚେନ ଏଝେନଙ୍କ ଆକଳନ ଅନୁଯାୟୀ ସହରର ୨୫ ନିୟୁତ ଜନସଂଖ୍ୟାଙ୍କ ମଧ୍ୟରୁ ମାତ୍ରାଧିକ ଲୋକ ସଂକ୍ରମିତ। ସାଂଘାଇରେ ୭୦ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଉଛି।

ଏପ୍ରିଲ ଏବଂ ମେ’ ମାସରେ ସାଂଘାଇରେ ଲକ୍‌ଡାଉନ୍‌ ସତ୍ତ୍ବେ ସଂକ୍ରମଣ ମାମଲା ୬ ଲକ୍ଷ ଉପରେ ଥିଲା। କିନ୍ତୁ ଏପ୍ରିଲ ମେ’ ମାସ ତୁଳନାରେ ସାଂଘାଇରେ ଏବେ ୨୦ରୁ ୩୦ ଗୁଣା ଅଧିକ ସଂକ୍ରମଣ ଚିହ୍ନଟ ହେଉଛି। ଓମିକ୍ରନ୍‌ ପ୍ରଜାତି ପାଇଁ ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ୁଛି। ସାଂଘାଇ ହସ୍ପିଟାଲକୁ ଏବେ ଦୈନିକ ୧୬୦୦ରୁ ଅଧିକ ଏମର୍ଜେନ୍ସି ରୋଗୀ ଆସୁଛନ୍ତି। ୬୫ରୁ ଊର୍ଦ୍ଧ୍ବ ବୟସର ଲୋକମାନେ ଅଧିକ ସଂକ୍ରମିତ ହେଉଛନ୍ତି। ଚୀନ୍‌ରେ ଅନ୍ୟ ପ୍ରମୁଖ ସହର ଗୁଡ଼ିକରେ ମଧ୍ୟ ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ୁଛି।

ଯାତ୍ରା କଟକଣା ପାଇଁ ଚୀନ୍‌ର ଚେତାବନୀ, ଆମେ ବି ସମାନ ପଦକ୍ଷେପ ଗ୍ରହଣ କରିବୁ
ବେଜିଂ: ଚୀନ୍‌ରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବିଶ୍ବବ୍ୟାପୀ ପ୍ରାୟ ୧୨ରୁ ଅଧିକ ରା‌ଷ୍ଟ୍ର ଚୀନ୍‌ ଯାତ୍ରୀଙ୍କ ପାଇଁ ଯାତ୍ରା କଟକଣା ଜାରି କରିଛନ୍ତି। ତେବେ ଚୀନ୍‌ ଏଭଳି ପଦକ୍ଷେପକୁ କଡ଼ା ବିରୋଧ କରିଛି। ଚୀନ୍‌ କହିଛି ଏହା ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବ। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, କିଛି ରାଷ୍ଟ୍ର କେବଳ ଚୀନ୍‌ ଯାତ୍ରୀଙ୍କୁ ଟାର୍ଗେଟ୍‌ କରି ପ୍ର‌ବେଶ କଟକଣା ଲଗାଇଛନ୍ତି। ଏଥିରେ କୌଣସି ବୈଜ୍ଞାନିକ ଆଧାର ନାହିଁ। କିଛି ପଦକ୍ଷେପ ମଧ୍ୟ ଅତ୍ୟନ୍ତ ଅଗ୍ରହଣୀୟ। ମାଓ ନିଙ୍ଗ କହିଛନ୍ତି, ଚୀନ୍‌ ମଧ୍ୟ ସମାନ କଟକଣା ପଦକ୍ଷେପ ଗ୍ରହଣ କରିବ।

ଉଲ୍ଲେଖଯୋଗ୍ୟ ଯେ ଚୀନ୍‌ରେ କରୋନା ସଂକ୍ରମଣ ବଢ଼ିବାରୁ ଭାରତ, ଆମେରିକା, କାନାଡ଼ା, ଫ୍ରାନ୍ସ, ଜାପାନ ସମେତ ପ୍ରାୟ ୧୨ରୁ ଅଧିକ ରାଷ୍ଟ୍ର ଚୀନ୍‌ ବିରୋଧରେ ଯାତ୍ରା କଟକଣା ଜାରି କରିଛନ୍ତି। ଚୀନ୍‌ ଏହାର ଦୈନିକ କରୋନା ତଥ୍ୟ ଦେଉନଥିବାରୁ ସାରା ବିଶ୍ବରେ ଏଥିପାଇଁ ଚିନ୍ତା ବଢ଼ିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ