ଦେଶ ବିଦେଶ ସ୍ୱାସ୍ଥ୍ୟ

ସାଂଘାଇରେ କାୟା ମେଲାଇଲା କରୋନା : ଭାରତ ବନ୍ଦ କଲା କନସୁଲେଟ୍ ଅଫିସ୍, ଏହି ନମ୍ବରରେ ସମ୍ପର୍କ କରିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ବେଜିଂ ୧୩।୪: ଚୀନ୍‌ରେ କରୋନା ଭାଇରସ୍ ମାମଲା ପୁଣି ଥରେ ବଢିବାରେ ଲାଗିଲାଣି । ଏହାକୁ ଦେଖି କିଛି ସହରରେ କଡା ନିୟମ ପାଳନ କରାଯାଉଛି । ଖାସ୍‌କରି ସାଂଘାଇରେ ସ୍ଥିତି ଖରାପ ହେବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଭାରତ ତାର କନସୁଲେଟ୍ ଅଫିସ୍ ବର୍ତ୍ତମାନ ପାଇଁ ବନ୍ଦ କରିଦେଇଛି ।

ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ କହିଛି ଯେ, ଶାଂଘାଇରେ କୋଭିଡ୍ ୧୯ ପାଇଁ ଲକଡାଉନ୍‌କୁ ଦୃଷ୍ଟିରେ ରଖି କନସୁଲେଟ୍ ଅଫିସ୍ ବର୍ତ୍ତମାନ ବନ୍ଦ ରହିବ । ବ୍ୟକ୍ତିଗତ ସ୍ତରରେ କନସୁଲେଟ୍ ସେବା ପ୍ରଦାନ କରାଯାଇ ପାରିବନାହିଁ । ଦୂତାବାସ ଏ ସମ୍ପର୍କରେ ଶାଂଘାଇରେ ରହୁଥିବା ଭାରତୀୟମାନଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ସେମାନଙ୍କୁ କଣ କରିବାକୁ ପଡିବ । ଦୂତାବାସ ଭାରତୀୟ ନାଗରିକଙ୍କୁ ୮୬୧୮୯୩୦୩୧୪୫୭୫/୧୮୩୧୭୧୬୦୭୩୬ ନମ୍ବରରେ ଯୋଗାଯୋଗ କରିବା ପାଇଁ କହିଛି ।

ଚୀନ୍‌ରେ ପୁଣି ଥରେ କରୋନା ସଂକ୍ରମଣ ବଢିବାକୁ ଲାଗିଲାଣି । ସାଂଘାଇ ସମେତ ଅନ୍ୟ ସହରରେ ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସିଲାଣି । ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରୁଛି । ସାଂଘାଇରେ ଦୁଇଟି ପର୍ଯ୍ୟାୟରେ ଲକ୍‌ଡାଉନ୍ ଲଗାଯାଇଛି । ଏଠାରେ ଲୋକଙ୍କୁ ନିଜ ଘରୁ ବାହାରକୁ ବାହାରିବାକୁ ଅନୁମତି ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ