ଅପରାଧ ରାଜ୍ୟ

ସହିପାରିଲେନି ଝିଅର ଅତ୍ୟାଚାର ! ନଦୀକୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା ଉଦ୍ୟମ

ଆନନ୍ଦପୁର ୧୩।୦୯ : ଆତ୍ମହତ୍ୟା ଉଦ୍ୟମ ପଣ୍ଡ । ବୃଦ୍ଧାଙ୍କୁ ଉଦ୍ଧାର କରି ପୋଲିସ ଜିମାଦେଲେ ସ୍ଥାନୀୟଲୋକେ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ନଦୀର ଡଙ୍ଗାଘାଟି ନିକଟରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଘସିପୁରା ଥାନା ପଡିଆପାଳ ଗାଁରେ ରୁହନ୍ତି କୌଶଲ୍ୟା ସେଠୀ । ତାଙ୍କର ଗୋଟିଏ ପୁଅ ଏବଂ ଦୁଇଟି ଝିଅ । ପୁଅ ଦୀର୍ଘ ଦିନ ହେବ ବାହାରେ ରହୁଥିବା ବେଳେ ବଡଝିଅ ବାହାଘର ପରେ ନିଜ ଶାଶୁଘରେ ରହୁଛି । କୌଶଲ୍ୟା ସାନ ଝିଅ ସହ ରୁହନ୍ତି । ସାନ ଝିଅ ନିଜ ସ୍ବାମୀ ସହ ମନମାଳିନ୍ୟ ଯୋଗୁଁ ଏବେ ଜଣେ ପୁରୁଷ ବନ୍ଧୁଙ୍କୁ ଆଣି ଘରେ ରଖିଛନ୍ତି । ସାନ ଝିଅ ଓ ତାର ପୁରୁଷ ବନ୍ଧୁର ଅତ୍ୟାଚାରରେ ଅତିଷ୍ଠ ହୋଇ କୌଶଲ୍ୟା ଆତ୍ମହତ୍ୟାର ପନ୍ଥା ଆପଣାଇଥିବା କହିଛନ୍ତି । ଘଷିପୁରା ପୋଲିସ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।