ରାଜ୍ୟ

ସହିଦ ସପ୍ତାହରେ ମାଓ କମାଣ୍ଡର ସୁଧୀରଙ୍କ ସହ ସିଧା କଥା: ଆତ୍ମସମର୍ପଣ ପରେ ଖୁସିରେ ରହୁଥିଲେ ମଧ୍ୟ ସମସ୍ୟା ଅଧିକ

ମାଲକାନଗିରି: ମାଲକାନଗିରିସ୍ଥିତ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ସୁଧୀର ନାମରେ ଲୋକେ ଆତଙ୍କିତ ଓ ଭୟଭୀତ ହେଉଥିଲେ।ସୁଧୀର ଆସିଛି ଶୁଣିଲେ ଘରର ତାଟିକବାଟ ପଡିଯାଉଥିଲା। କୁଡୁମୁଲୁଗୁମ୍ମା ଦଲମର କମାଣ୍ଡର ସୁଧୀର ଗତ ୫ ବର୍ଷ ଧରି ବିଛିନ୍ନାଞ୍ଚଳକୁ ନିଜ କବଜାକୁ ନେଇଥିଲା। ଲୋକଙ୍କୁ ପ୍ରଜାକୋର୍ଟରେ ମାଡ଼ମାରିବା, ଲୁଟପାଟ କରିବା ସହ ପୁଲିସ ଉପରେ ଆକ୍ରମଣ କରିବା ତାର କାମ ଥିଲା। ସୁଧୀର ନାମରେ ଲୋକେ ଏତେ ଆତଙ୍କିତ ହୋଇପଡ଼ିଥିଲେ ଯେ ମାଲକାନଗିରି ପୁଲିସର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା। ମାଓନେତା ସୁଧିରକୁ ମୃତ୍ୟୁ କିମ୍ବା ଜୀବନ୍ତ ଧରିବା ପାଇଁ ପୁଲିସ ଦିନରାତି ଏକ କରିଦେଇଥିଲା। ମାଲକାନଗିରି ପୁଲିସ ଅପରେସନ ସୁଧୀର ନାମରେ ଅଭିଯାନ ଆରମ୍ଭ କରି ଶେଷରେ ୨୦୧୯ ମସିହାରେ ସଫଳ ହୋଇଥିଲେ।

ସୁଧୀରର ପ୍ରକୃତ ନାମ ଧନଞ୍ଜୟ ଗୋପ। ଘର କାଲିମେଳା ବ୍ଲକର ଏମପିଭି ୩୧ ଗ୍ରାମ। ୨୦୦୬ ମସିହାରେ ଯେତେବେଳେ ତାକୁ ୧୫ ବର୍ଷ ବୟସ ହୋଇଥିଲା ଏବଂ ଦଶମରେ ପାଠ ପଢୁଥିଲା କାଲିମେଳା ଦଲମର ମାଓ କମାଣ୍ଡର ଦାମୋଦରର ନେତୃତ୍ବରେ ସେ ପାର୍ଟିରେ ଯୋଗ ଦେଇଥିଲେ। ପ୍ରଥମେ ସେ ପାର୍ଟି ମେମ୍ବର ଭାବେ କାମ କରିଥିଲା। ପରେ ଧୀରେଧୀରେ ସେ ପଦନ୍ନୋତି ପାଇ ଡିସିଏମ କ୍ୟାଡର ବନିଥିଲା। ୩୦୩ ବନ୍ଧୁକରୁ ଆରମ୍ଭ କରି ଏକେ-୪୭ ବନ୍ଧୁକ ପର୍ଯ୍ୟନ୍ତ ପହଞ୍ଚିଥିଲା। ପାର୍ଟି ତାକୁ କୁଡୁମୁଲୁଗୁମ୍ମା ଦଲମର ମୁଖ୍ୟ କରିଥିଲା। କୁଡୁମୁଲୁଗୁମ୍ମା ଦଲମର ମୁଖ୍ୟ ହେବା ପରେ ସେ ଆଉ ପଛକୁ ଫେରିନଥିଲା। ପିଏଲଜିଏ ପ୍ଲାଟୁନର ସେ ସଦସ୍ୟ ହେବା ସହ ସବୁବେଳେ ପୁଲିସ ଉପରେ ଆକ୍ରମଣ କରିବା ନେଇ ରଣନୀତି ପ୍ରସ୍ତୁତ କରୁଥିଲା।

ଏବେ ସହିଦ ସପ୍ତାହ ପାଳନ ହେଉଥିବା ବେଳେ ସୁଧୀର ଏନେଇ ତାଂକର ପ୍ରତିକ୍ରିୟା ନେଇଥିଲୁ।ଗତ ୨୦୧୯ ଫେବ୍ରୁଆରି ୨୪ ତାରିଖରେ ସେ ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ ଯେ ପାର୍ଟିରେ ଆଉ ପୂର୍ବ ଭଳି କୌଣସି ଉଦେଶ୍ୟ ନେଇ କାମ କରାଯାଉ ନାହିଁ।ଜଳ, ଜଂଗଲ ଜମି ପାଇଁ ଯେଉଁ ଲଢେଇ ଚାଲିଛି ତାହା ସଂପୂର୍ଣ୍ଣ ମିଥ୍ୟା। ପାର୍ଟିରେ ସବୁବେଳେ ଭେଦଭାବ ଲାଗି ରହିଲା। ସେ ଯେଉଁ ପ୍ଲାଟୁନରେ ଥିଲେ ତାର ସଚିବ କ୍ରିଷ୍ଣା ସହ ତାଂକର ସବୁବେଳେ ବଚସା ହେଉଥିଲା। ଦୁହେଁ ପ୍ରବଳ ବିରୋଧୀ ହେଲେ।ସଂଗଠନରେ ସୁଧୀରର କଥାକୁ ଗୁରୁତ୍ବ ଦିଆଗଲା ନାହିଁ। ଦୀର୍ଘ ୧୩ ବର୍ଷ କାମ କରିବା ପରେ ମଧ୍ୟ ସୁଧୀର ନିଜକୁ ଏକଲା ମନେକଲେ। ଆନ୍ଧ୍ର ଓଡ଼ିଶା ସୀମା କମିଟିର ସେକ୍ରେଟାରୀ ଉଦୟଙ୍କ ନିର୍ଦେଶରେ ସେ ସମସ୍ତ କାମ କରୁଥିବା କହିଥିଲା।

କେତେ ଥର ପୁଲିସ ଉପରେ ଆକ୍ରମଣ କରିଛ ବୋଲି ପଚାରିବାରୁ ପ୍ରାୟ ୧୫ରୁ ୨୦ ଥର ଆକ୍ରମଣ କରିଛି ବୋଲି କହିଥିଲା। ତେବେ କିପରି ତମେ ପୁଲିସ ଗୁଳିରୁ ବର୍ତ୍ତିଯାଉଥିଲ ବୋଲି ପଚରାଯିବାରୁ ସେ ଖସି ପଳାଇବାରେ ସକ୍ଷମ ହେଉଥିଲି ବୋଲି କହେ। କାଲିମେଳା ଦଲମରୁ ନିଜର କାର୍ଯ୍ୟ ଆରମ୍ଭ କରି ବୈପାରିଗୁଡ଼ା, ଛତିଶଗଡ଼ ପରେ ବିଛିନ୍ନାଞ୍ଚଳରେ ରହୁଥିବା କହିଥିଲା। କେଉଁ ବଡ ବଡ ନେତାଙ୍କ ନେତୃତ୍ବରେ କାମ କରିଛ ବୋଲି ପଚରାଯିବାରୁ ରାମକ୍ରିଷ୍ଣା ଠାରୁ ଆରମ୍ଭ କରି ସମସ୍ତ ନେତାଙ୍କ ନିକଟରେ କାମ କରିଥିବା କହିଥିଲା। ଭୁଲବଶତଃ ମୁଁ ବିପଥାଗାମୀ ହୋଇଯାଇଥିଲି। ପିଲାବେଳେ ଖାଇବା ପିଇବାର ବହୁତ ସଂକଟ ଥିଲା। ଦାଦାଙ୍କ ଘରେ ରହୁଥିଲି। ସେ ବାହା ହେବା ପରେ ମୋତେ ପଚାରିଲେ ନାହିଁ। ମୁଁ ବାଧ୍ୟ ହୋଇ ନକ୍ସଲ ସଂଗଠନରେ ମିଶିଯାଇଥିଲା।ସେତେବେଳେ ମ୍ୟାଟ୍ରିକ ପରୀକ୍ଷା ଦେଇ ମାତ୍ର ୩ ଦିନ ହୋଇଥିଲା।ଯେତେବେଳେ ନିଜର ଭୁଲ ବୁଝିପାରିଲି ମୁଁ ପାର୍ଟି ଛାଡିବା ପାଇଁ ସ୍ଥିର କରିଥିଲି।

ସୁଧୀର ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରଖିଥିଲେ। ସେତେବେଳେ ସରକାରଙ୍କ ତରଫରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ସରକାରଙ୍କ ତରଫରୁ ୨ ଲକ୍ଷ ୫୦ ହଜାର ଟଂକା ସହ ଘର ବାବଦକୁ ୪୫ ହଜାର ଟଂକା, ଜାଗା ବାବଦକୁ ୨୫ ହଜାର ଟଂକା, ପାଠ ପଢିବା ପାଇଁ ୩ ହଜାର ଟଂକା,ବିବାହ କରିବା ପାଇଁ ୨୫ ହଜାର ଟଂକା ସହ ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ସେ ମାଓନେତ୍ରୀ ସଂଗୀତ ସହ ମାଲକାନଗିରିରେ ବାହା ହୋଇଥିଲା।ଏବେ ସୁଧୀର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛି। ପତ୍ନୀ ସଂଗୀତା ମଧ୍ୟ ହୋଷ୍ଟେଲରେ ରୋଷେୟା ଭାବେ କାମ କରୁଛି। କିନ୍ତୁ ଯେଉଁ ଘର ପ୍ରଶାସନ ତରଫରୁ ଦିଆଯାଇଛି ତାହା ଏବେ ଗଳୁଛି। ସେହି ଘରେ ରହିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବା କ୍ଷୋଭର ସହ କହିଥିଲେ। ତାଂକୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପ୍ରଦାନ କରାଯାଉନଥିବା ସେ କହିଥିଲେ। ତାଂକୁ ଘର ଏବଂ ହୋମଗାର୍ଡରେ ଚାକିରି ଦେବାକୁ ସେ ଅନୁରୋଧ କରିଥିଲେ। ସେ ନକ୍ସଲ ସଂଗଠନ ଛାଡ଼ି ପୁଲିସରେ ଚାକିରି କରି ନକ୍ସଲଙ୍କୁ ଦମନ କରିବ ବୋଲି ଚିନ୍ତା କରିଥିଲା। କିନ୍ତୁ ତାଂକୁ ସେହି ସୁଯୋଗ ପ୍ରଦାନ କରାଯାଉ ନାହିଁ। ଯାହା ପାଇଁ ସେ ଦୁଃଖିତ ବୋଲି କହିଥିଲେ। ବହୁ ଆତ୍ମସମର୍ପଣ ନକ୍ସଲ ଏବେ ଦୁର୍ଦିନରେ ଗତି କରୁଛନ୍ତି ବୋଲି କହିଥିଲା।

ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରେ ଆତ୍ମସମର୍ପଣ ନକ୍ସଲଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯାଉଥିବା ବେଳେ ମାଲାକନଗିରିରେ ସେଭଳି କରାଯାଉ ନାହିଁ ବୋଲି ଦୁଃଖର ସହ କହିଥିଲେ। ସମସ୍ତ ଆତ୍ମସମର୍ପଣ ନକ୍ସଲ ଏବେ ଭାଙ୍ଗିପଡିଥିବା କହିଥିଲେ। ଏବେ ଖୁସିରେ ରହିଥିଲେ ମଧ୍ୟ ସମସ୍ୟା ଅଧିକ ରହିଥିବା କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।