ରାଜ୍ୟ ସ୍ପେଶାଲ ରିପୋର୍ଟ

ସହର ଅନ୍ଧାର, ପଡ଼ିରହିଛି ୨୨୮୬ ଲାଇଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ୟାସନଗର : ପୌର ପରିଷଦ ଗଠନକୁ ୧୦ ମାସ ପୂରିଲାଣି। ହେଲେ ସହରରୁ ଅନ୍ଧକାର ହଟୁନି। ଅକ୍ଟୋବର ମାସରେ ୮୮୬ ଲାଇଟ ଆସି କାର୍ଯ୍ୟାଳୟରେ ପଡ଼ିଥିବା ବେଳେ ଜାନୁଆରି ମାସରେ ୧୪ ଶହ ଲାଇଟ ଆସି ପଡ଼ିରହିଛି। ୨୬ ୱାର୍ଡ ପାଇଁ ୨୨୮୬ ଲାଇଟ କାର୍ଯ୍ୟାଳୟରେ ପଡ଼ିରହିଛି। ଏଣେ ସହରର ବିଭିନ୍ନ ୱାର୍ଡରେ ଅନ୍ଧକାର ରାଜୁତି କରୁଛି। କେବେ ଆଲୋକ ଲାଗିବ, ଲୋକପ୍ରତିନିଧି କହି ପାରୁନଥିବା ବେଳେ ଅଧିକାରୀ ଓ କର୍ମଚାରୀ ବି ଠିକ ସୂଚନା ଦେଇପାରୁ ନାହାନ୍ତି। ପୌର କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଓ ଅପାରଗତାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିଙ୍କ ମଧ୍ୟରେ ବିବାଦକୁ ନେଇ ଜିଲ୍ଲା ପ୍ରାଶାସନିକ ଅଧିକାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତଥାପି ବିବାଦ ଥମିବାରେ ନାଁ ଧରୁନି। କାର୍ଯ୍ୟ ହୋଇ ନପାରି କୋଟିକୋଟି ଟଙ୍କା ଫେରିଯାଉଛି। ପାଖାପାଖି ତିନିମାସ ହେବ ଦୁଇଟି ପର୍ଯ୍ୟାୟରେ ୨୨୮୬ ଲାଇଟ୍‌ ପୌର କାର୍ଯ୍ୟାଳୟରେ ପଡ଼ିରହିଥିଲେ ବି ଲଗା ନଯିବାର କାରଣ ଜାଣିପାରୁ ନାହାନ୍ତି ସହରବାସୀ। ୨୬ ୱାର୍ଡରେ ପାଖାପାଖି ୯ ହଜାର ବିଦ୍ୟୁତ୍‌ ଖୁଣ୍ଟ ରହିଛି। ପାଖାପାଖି ୪ ହଜାର ଖୁଣ୍ଟରେ ଲାଇଟ ନଥିବା ଜଣାପଡ଼ିଛି।

ସହରର ମୁଖ୍ୟ ପ୍ରବେଶ ପଥ ଗୋପବନ୍ଧୁ ଛକରୁ ରେଳଷ୍ଟେସନ ରାସ୍ତାରେ ବର୍ଷେ ହେବ ଆଲୋକ ଜଳୁନାହିଁ। ଗୋପବନ୍ଧୁ ଛକରୁ ଚୋରଦା ବାଇପାସ ଛକ ଅଧା ଲାଇଟ ଜଳୁଛି ତ ଅଧା ଜଳୁନାହିଁ। ଚୋରଦା ବାଇପାସ ଛକରୁ ଦଳା ବାଇପାସ୍ ଛକ ପର୍ଯ୍ୟନ୍ତ ଅଧିକାଂଶ ଲାଇଟ ଜଳୁ ନାହିଁ। ମୁଖ୍ୟ ସହରର ଅବସ୍ଥା ଏପରି ରହିଥିବା ବେଳେ ୱାର୍ଡଗୁଡ଼ିକ ଅବସ୍ଥା ନକହିବା ଭଲ। ଅନ୍ଧାରର ସୁଯୋଗ ନେଇ ସହରରେ ସିରିଜ ଚୋରି ଚାଲିଛି। କାଁଭାଁ ଜଳୁ ଥିବା ଲାଇଟ ମରାମତି ହେଉନଥିବାରୁ ଗୋଟିଏ ପରେ ଗୋଟିଏ ଲିଭି ଯାଉଛି। ବହୁ ୱାର୍ଡ ଅନ୍ଧାର ହୋଇପଡ଼ିଛି। ତୁରନ୍ତ ୱାର୍ଡଗୁଡ଼ିକରେ ଲାଇଟ ଲଗାଇବାକୁ ସାଧରଣରେ ଦାବି ହେଉଛି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲ୍ଲିକଙ୍କୁ ପଚାରିବାରୁ ଲାଇଟ ପଡ଼ିରହିଥିବା ସ୍ୱୀକାର କରିଛନ୍ତି। ସରଞ୍ଜାମ ଅଭବାରୁ ଲାଗି ପାରୁନି ବୋଲି ସେ ସୂଚନା ଦେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।