ରାଜ୍ୟ

ସହରବାସୀଙ୍କୁ କୃତଜ୍ଞତା ଜଣାଇଲେ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ

ବାଲେଶ୍ବର: ବାଲେଶ୍ବରବାସୀଙ୍କୁ କୃତଜ୍ଞତା ଜଣାଇଲେ ବାଲେଶ୍ବର ସଦର ବିଧାୟକ ମାନସ କୁମାର ଦତ୍ତ। ସେ କହିଛନ୍ତି, ଭାଇଚାରାର ସହର ବାଲେଶ୍ବରରେ ଯେଉଁଭଳି ପ୍ରଶାସନର ନିୟକୁ ମାନଛନ୍ତି ଏବଂ ସହରରେ ଶାନ୍ତଶୃଙ୍ଖଳା ରକ୍ଷା ଦିଗରେ ସହଯୋଗର ହାତ ବଢ଼ାଇଛନ୍ତି, ସେଥିପାଇଁ ମୁଁ ଧନ୍ୟବାଦ ଜଣାଉଛି। ବାଲେଶ୍ବରର ସ୍ଥିତି ନେଇ ବିଜେପି ପକ୍ଷରୁ ସବୁ ଦିନ ବୈଠକ କରାଯାଇ ସମୀକ୍ଷା ହେଉଛି। ପ୍ରଶାସନ ସହ ମଧ୍ୟ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁଁ ନିୟମିତ ଯୋଗାଯୋଗରେ ରହିଛୁ। ବାଲେଶ୍ବରରେ ସ୍ଥିତି କ୍ରମଶଃ ସାଧାରଣ ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, ଗୋଷ୍ଠୀ ହିଂସାକାଣ୍ଡକୁ ନେଇ ବାଲେଶ୍ବର ସହରରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିରେ ସୁଧାର ଆସିଛି। ବିଭିନ୍ନ ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ଆଜି(ସୋମବାର)ଠାରୁ ସହରରେ ମୋବାଇଲ ଇଣ୍ଟରନେଟ୍ ସେବା ସ୍ବାଭାବିକ ହେବ ଏବଂ ପୌରାଞ୍ଚଳରେ ସମସ୍ତ ସ୍କୁଲ, କଲେଜ ଖୋଲିବ ବୋଲି ଜିଲ୍ଲାପାଳ ଆାଶିଷ ଠାଖରେ  ସୂଚନା ଦେଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ, ସହରରେ ସ୍ବାଭାବିକ ସ୍ଥିତି ଫେରିଛି। ଦୁଇଦିନ ତଳେ ଲିଜ୍ ଲାଇନ୍, ବ୍ରଡ୍ବ୍ୟାଣ୍ଡ୍ ଇଣ୍ଟରନେଟ୍ ସେବା ଚାଲୁ କରାଯାଇଥିଲା। ସୋମବାରଠାରୁ ସମସ୍ତପ୍ରକାର ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ। ଏ ସଂକ୍ରାନ୍ତରେ ଗୃହ ବିଭାଗ ସହ ଆଲୋଚନା କରାଯାଇଛି। ତେବେ ପୂର୍ବଭଳି ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ଓ ଟାଉନ୍ ଥାନା ଅଞ୍ଚଳରେ ସକାଳ ୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ଧାର୍ଯ୍ୟ ସମୟପରେ ଉପରୋକ୍ତ ୨ଟି ଥାନା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ସହରର ଅନ୍ୟ ସମସ୍ତ ଥାନା ଅଞ୍ଚଳରୁ କର୍ଫ୍ୟୁ ସଂପୂର୍ଣ୍ଣ ଭାବେ ହଟାଇ ଦିଆଯାଇଥିବା ସୂଚନା ଦେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।