ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ସହପାଠୀଙ୍କ ନିର୍ଯାତନା ପାଇଁ ବିଦ୍ୟାଳୟ ଛାଡ଼ିଲେ ୮୦ ଆଦିବାସୀ ଛାତ୍ର

ଚେନ୍ନାଇ : ତାମିଲନାଡୁର ତାଞ୍ଜାଭୁର ଜିଲ୍ଲାର ପ୍ରାୟ ୮୦ ଆଦିବାସୀ ଛାତ୍ର ସହପାଠୀମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ସ୍କୁଲ ଯିବା ବନ୍ଦ କରି ଦେଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ସେମାନେ ଅନ୍ୟ ଛାତ୍ରମାନଙ୍କ ଦ୍ୱାରା ନିୟମିତ ଭାବେ ଅପମାନିତ ହେବା ସହିତ ସେମାନଙ୍କର ଅସ୍ବାଭାବିକ ବ୍ୟବହାର ଓ ଚାଲିଚଳଣ ପାଇଁ ବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ଅଙ୍ଗନୱାଡି କର୍ମଚାରୀ, ପୁଲିସ, ଚାଇଲ୍ଡ ଲାଇନ୍, ଇଣ୍ଟିଗ୍ରେଟେଡ୍ ସ୍କୁଲ୍ ଶିକ୍ଷା ବିଭାଗ ଏବଂ ବ୍ଲକ୍ ରିସୋର୍ସ ଶିକ୍ଷକଙ୍କ ସହଯୋଗରେ ଜିଲ୍ଲାରେ ସର୍ଭେ ଚାଲିଥିବା ବେଳେ ଏହି କଥା ପଦାକୁ ଆସିଛି। ଏହି ଛାତ୍ରମାନେ ଜଙ୍ଗଲ, ଜଳ ସ୍ରୋତ ଏବଂ ଦୁର୍ଗମ ରାସ୍ତା ଦେଇ ବିଦ୍ୟାଳୟ ଆସୁଥିଲେ। ସହପାଠୀଙ୍କ ନିର୍ଯାତନା ପରେ ସେମାନେ ସ୍କୁଲ ଆସିବା ବନ୍ଦ କରିଦେଲେ। ଏହି ପିଲାମାନଙ୍କ ବାସସ୍ଥାନ ନିକଟରେ ବିଦ୍ୟାଳୟ ସ୍ଥାପନ କରିବାକୁ ପ୍ରଶାସନ ଯୋଜନା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି