ମନୋରଞ୍ଜନ

ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

ମୈନେ ପ୍ୟାର୍ କ୍ୟୁଁ କିୟା, ହ୍ୟାଲୋ, ପାର୍ଟନର, ୟୁବରାଜ, ଟାଇଗର, ଭାରତ, ଟାଇଗର ଜିନ୍ଦା ହୈ, ପରେ ଏବେ ‘ଟାଇଗର୍‌-୩’ ଚଳଚ୍ଚିତ୍ରରେ କ୍ୟାଟ୍ରିନା ସଲମାନ୍ ଖାନ୍‌ଙ୍କ ବିପକ୍ଷର ନାୟିକା ସାଜିଛନ୍ତି। ତୁର୍କୀରେ ସୁଟିଂ ହେଇଥିବା ଏଇ ଚଳଚ୍ଚିତ୍ରର ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ କ୍ୟାଟ୍ରିନା ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ତାଙ୍କ ପ୍ରଶଂସକମାନେ କ୍ୟାଟ୍ରିନାଙ୍କୁ ବଧାଇ ଜଣେଇଛନ୍ତି। ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ ଓ ‘ଫୋନ୍ ଭୂତ’ରେ ମଧ୍ୟ କ୍ୟାଟ୍ରିନା ପ୍ରମୁଖ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି। କ୍ୟାଟ୍ରିନା ନୂଆ ଚଳଚ୍ଚିତ୍ର ‘ଜି ଲେ ଜାରା’ରେ ପ୍ରମୁଖ ଭୂମିକାରେ ଆସୁଛନ୍ତି ବୋଲି ଶୁଣିବାକୁ ମିଳୁଛି।

୨୦୦୫ରେ ‘ମୈନେ ପ୍ୟାର୍ କ୍ୟୁଁ କିୟା’ ଚଳଚ୍ଚିତ୍ରରେ ଏକାଠି ଅଭିନୟ କରିବା ପରେ ସଲ୍ଲୁ ଓ କ୍ୟାଟ୍‌ଙ୍କ ଭିତରେ ଆରମ୍ଭ ହେଇଥିଲା ପ୍ରେମ ସମ୍ପର୍କ। ଲଣ୍ଡନରେ ଜନ୍ମିତ କ୍ୟାଟ୍ରିନା କିନ୍ତୁ ଭାରତୀୟ ବଂଶୋଦ୍ଭବ। ମୁସଲିମ୍ ସମ୍ପ୍ରଦାୟର ଝିଅ ହେଇଥିବାରୁ ସଲମାନ୍ ତାଙ୍କ ପ୍ରତି ଦୁର୍ବଳମନା ହେଇଥିଲେ। ପୂର୍ବରୁ ଐଶ୍ବର୍ଯ୍ୟା ରାୟଙ୍କ ସହ ବିଗିଡ଼ିଯାଇଥିବା ପ୍ରେମ କ୍ୟାଟ୍ରିନାଙ୍କ ସହ ସଜଡ଼ିଯାଇଥିଲା। ନିବିଡ଼ ପ୍ରେମ ସମ୍ପର୍କରେ ମଧ୍ୟ କିଛିଟା ବ୍ୟବଧାନ ଆସିଥିଲା। ଏପରିକି ସଲମାନ୍ କ୍ୟାଟ୍‌ଙ୍କ ସହ ଅଭିନୟ କରିବେନି ବୋଲି ପଣ କରିଥିଲେ। ସମୟାନ୍ତରରେ ପ୍ରଯୋଜକଙ୍କ ଦାବିକୁ ନେଇ ସଲମାନ୍ ହଁ କରିଥିଲେ। ଏହା ଭିତରେ କିଛି ସିନେମାରେ ସେ କ୍ୟାଟ୍ରିନାଙ୍କ ସହ ଅଭିନୟ ମଧ୍ୟ କରିଛନ୍ତି।

ସଲମାନ୍ ଓ କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କକୁ ନେଇ ଥରକୁ ଥର ବିବାଦୀୟ ପରିସ୍ଥିତି ଉପୁଜିଛି। ଏ ଦୁହେଁ ପରସ୍ପରଠାରୁ ଦୂରେଇ ରହିଥିଲେ ମଧ୍ୟ ଅନ୍ତରାଳରେ ସମ୍ପର୍କ ରହିଛି ବୋଲି ଜଣାପଡ଼ୁଛି। କାହିଁକି ନା ଏବେ ‘ଟାଇଗର-୩’ ଚଳଚ୍ଚିତ୍ରରେ ପୁଣି ସଲମାନ୍‌ଙ୍କ ବିପକ୍ଷର ନାୟିକା ସାଜୁଛନ୍ତି କ୍ୟାଟ୍ରିନା। ସତରେ ନ ହେଲେ ବି ପରଦା ଉପରେ ଉଭୟଙ୍କ ପ୍ରେମ ପୁଣି ଦେଖିବାକୁ ମିଳିବ। ପୁଣି ସଲ୍ଲୁ-କ୍ୟାଟ୍‌ଙ୍କ ଭିତରେ ଇଲୁ ଇଲୁ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ